Categories: ଫୁରସତ

ବୋହୂଙ୍କ ପାଦ ଧୋଇ ପୂଜା କରୁଛନ୍ତି ଶାଶୁ, କାରଣ ଜାଣିଲେ କରିବେ ପ୍ରଶଂସା

ସାଧାରଣତଃ ଶାଶୁ-ବୋହୂ ସମ୍ପର୍କକୁ ନେଇ ବହୁବାର ନକାରାତ୍ମକ କଥା ଶୁଣିବାକୁ ମିଳିଥାଏ। ମାତ୍ର ମହାରାଷ୍ଟ୍ରର ଓ୍ବାଶିମରେ ଏମିତି ଜଣେ ଶାଶୁ ଅଛନ୍ତି, ଯେ କି ନିଜ ବୋହୂଙ୍କୁ ଲକ୍ଷ୍ମୀ ରୂପରେ ପୂଜା କରୁଛନ୍ତି। ୩ ଦିନ ଧରି ବୋହୂଙ୍କ ପାଦପୂଜା କରିଛନ୍ତି ଶାଶୁ।

ଓ୍ବାଶିମରେ ରହୁଥିବା ସିନ୍ଧୁବାଇ ସୋନୁନେ ଗତ ୩-୪ ବର୍ଷରୁ ହରଗୌରୀଙ୍କ ପୂଜା କରି ଆସୁଛନ୍ତି। ଏହିଦିନ ମଧ୍ୟ ସେ ତାଙ୍କ ବୋହୂଙ୍କୁ ସଜାଇ ତାଙ୍କୁ ପୂଜା କରନ୍ତି ଏବଂ ତାଙ୍କ ସହିତ ପାଦ ଧୋଇ ଆଶୀର୍ବାଦ ନିଅନ୍ତି।

ଶାଶୁ କୁହନ୍ତି, ମୋ ବୋହୂ ୧୨ ମାସ ଧରି ଆମ ଘରର ପ୍ରତି ସଦସ୍ୟଙ୍କ ଯତ୍ନ ନେଉଛନ୍ତି। ଅଧା ରାତି ପର୍ଯ୍ୟନ୍ତ ସେ କେତେ କାମ କରୁଛନ୍ତି। ବୋହୂଙ୍କୁ ନିଜ ଝିଅ ପରି ଯତ୍ନ କରିବା ଉଚିତ୍‌। ସିନ୍ଧୁବାଇ ବୋହୂଙ୍କୁ ସାକ୍ଷାତ ଲକ୍ଷ୍ମୀ ଭାବି ପୂଜାର୍ଚ୍ଚନା କରୁଛନ୍ତି ବୋଲି କହିଛନ୍ତି।

ସେହିପରି ବୋହୂ କହିଛନ୍ତି, ମୋ ଶାଶୁ ମୋତେ ଏତେ ଭଲ ପାଉଥିବାରୁ ମୁଁ ବହୁତ ଖୁସ ଆଉ ଗର୍ବିତ। ପ୍ରତି ଘରେ ଶାଶୁ-ବୋହୂଙ୍କ ସମ୍ପର୍କ ଏମତି ହେବା ଦରକାର।

Share