ମା’ ପ୍ରାଣୀଙ୍କଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ପ୍ରିୟ। ଜନ୍ମ ପରେ ଶିଶୁ ପ୍ରଥମେ ହିଁ ମା’ ସ୍ନେହର ପରଶ ପାଇଥାଏ। ମା’ ଶବ୍ଦ ସୃଜନର ଓଁକାର ଭରିଦିଏ। ସେହିପରି ମା’ ପ୍ରତିଟି ଶିଶୁର ପ୍ରଥମ ଗୁରୁ। ମା’ ଶିଶୁକୁ ସମସ୍ତ ଶିକ୍ଷାର ପ୍ରଥମ ପାହାଚରେ ପହଞ୍ଚାଇଥାଏ। ତେଣୁ ମା’ଙ୍କର ମହାନତାକୁ ହୃଦୟଙ୍ଗମ କରିବା ଲାଗି ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରକୁ ବିଶ୍ୱ ମାତୃ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମେ’ ୮ରେ ପାଳିତ ହେଉଛି। ୧୯୦୭ରେ ମାତୃ ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଦିବସର ପାଳନ ଦୁଇଜଣ ବିଶିଷ୍ଟ ମହିଳା ଜୁଲିଆ ୱାର୍ଡ ହାଓ ଏବଂ ଆନ୍ନା ଜାରଭିସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେମାନେ ଆମେରିକାରେ ମାତୃ ଦିବସର ଶୁଭାରମ୍ଭ କରିଥିଲେ। ଆମେରିକାର ରାଷ୍ଟ୍ରପତି ଉଡ୍ରୋ ୱିଲସନ ଏହି ଦିବସକୁ ୧୯୧୪ରେ ଏକ ଜାତୀୟ ଛୁଟି ଘୋଷଣା କରିଥିଲେ।
ମାତୃ ଦିବସ ହେଉଛି ଏକ ଉତ୍ସବ, ଯାହାକି ପରିବାରରେ ମାତାଙ୍କୁ ସମ୍ମାନିତ କରିବା ସହିତ ମାତୃତ୍ୱ, ମାତୃତ୍ୱ ବନ୍ଧନ ଏବଂ ସମାଜରେ ମା’ଙ୍କର ପ୍ରଭାବକୁ ସମ୍ମାନିତ କରିଥାଏ। ପ୍ରତ୍ୟେକ ମା’ଙ୍କ ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ। କାରଣ ଜଣେ ଶିଶୁଙ୍କ ପାଇଁ ଦୁନିଆରେ ସମସ୍ତଙ୍କ ଅପେକ୍ଷା ବହୁ କାର୍ଯ୍ୟ କରିଥାନ୍ତି।