ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମା’ର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର ସନ୍ତାନ ପ୍ରତି ବିପଦ ଆସେ ନିଜ ଜୀବନକୁ ବାଜି ଲଗାଇ ଦିଏ ମା’। ଏହାର ଏକ ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ପାଣି ଟାଙ୍କି ଭିତରେ ପଡିଯାଇଥିବା ଏକ ମାଙ୍କଡ ଛୁଆକୁ ତାର ମା’ ଉଦ୍ଧାର କରିଛି।
ଭିଡିଓରେ ଦେଖାଯାଇଛି, ମା’ ଓ ଛୁଆ ପାଣି ଟାଙ୍କି ଉପରେ ବସିଥିବା ସମୟରେ ହଠାତ ଛୁଆଟି ଟାଙ୍କି ଭିତରକୁ ପଡିଯାଇଥିଲା। ପରେ ଛୁଆ ମାଙ୍କଡଟି ଚିତ୍କାର କରୁଥିଲା। ଏହାପରେ ମା’ ମାଙ୍କଡଟି ଗୋଟିଏ ହାତରେ ଟାଙ୍କିର ବାଡରେ ଝୁଲି ରହି ଅନ୍ୟ ହାତରେ ଛୁଆକୁ ଉଦ୍ଧାର କରିଥିଲା। ଏହି ଭିଡିଓଟିକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
Love of mother can make them the best commandos 👍 pic.twitter.com/Ha0bBhsy50
— Susanta Nanda (@susantananda3) July 26, 2020