ବର୍ତ୍ତମାନ ବିଗ୍ବସ୍ ସିଜନ୍ ୧୪ ଚାଲିଥିବା ବେଳେ ଅଭିନେତ୍ରୀ ରାଖୀ ସାୱନ୍ତ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛନ୍ତି। ବିଗତ ଶୋ’ର ନାମ ଥିଲା ପରିବାର ସପ୍ତାହ। ଏହି ସମୟ ମଧ୍ୟରେ ସମସ୍ତ ପ୍ରତିଯୋଗୀଙ୍କ ପରିବାର ସଦସ୍ୟ କିମ୍ବା ଘନିଷ୍ଠ ସମ୍ପର୍କୀୟ ସେମାନଙ୍କୁ ଭେଟିବାକୁ ଆସିଥିଲେ। ହେଲେ ରାଖୀଙ୍କ ମା’ ଜୟା ସାୱନ୍ତ ତାଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ। ରାଖୀଙ୍କ ମା’ ଏବେ ବି ଡାକ୍ତରଖାନାରେ ଅଛନ୍ତି। ସେ ତାଙ୍କ ମା’ଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇଗଲେ।
ରାଖୀଙ୍କ ମା’ ଏବେ ବି ଡାକ୍ତରଖାନାରେ ଅଛନ୍ତି ବୋଲି କହିଲା ପରେ ରାଖୀ କାନ୍ଦିବାକୁ ଲାଗିଲେ ଏବଂ କହିଲେ ଯେ, ମା’ ସୁସ୍ଥ ହେବା ପାଇଁ ସେ ଭଗବାନ୍ଙ୍କୁ ପ୍ରାର୍ଥନା କରୁଛନ୍ତି। ପରେ ରାଖୀଙ୍କ ଭାଇ ରାକେଶ ସାୱନ୍ତ କହିଛନ୍ତି, ତାଙ୍କ ମା’ଙ୍କ ପେଟରେ କ୍ୟାନସର ହୋଇଛି। ତାଙ୍କର ଶୀଘ୍ର ଅସ୍ତ୍ରୋପଚାର କରାଯିବ। ପାରିବାରିକ ସପ୍ତାହରେ ରାଖୀ କହିଛନ୍ତି, ତାଙ୍କ ପରିବାର ତାଙ୍କୁ ଦେଖା କରିବାକୁ ଆସିବେ କି ନାହିଁ ତାହା ସେ ଜାଣି ନଥିଲେ, ହେଲେ ବିଗ ବସ ତାଙ୍କୁ ଆଶ୍ଚର୍ଯ୍ୟ କରି ଭିଡିଓ କଲ ମାଧ୍ୟମରେ ମା’ ସହିତ କଥାବାର୍ତ୍ତା କରିଥିଲେ।