ପୁଅ ମାଡ଼ରେ ଚାଲିଗଲା ମା’ଙ୍କ ଜୀବନ: ୨୦ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଦେବଗଡ,୧୯।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ନାଉଲିପଡା ପଞ୍ଚାୟତ କଂକୋରଖୋଲ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହରୁ ମା’ଙ୍କୁ ଆମ୍ବ କାଠ ବଲହାରେ ପିଟି ମାରିଛନ୍ତି ପୁଅ। ସାଇଣ୍ଟିଫିକ ଟିମ ଆସି ନ ଥିବାରୁ ଦୀର୍ଘ ୨୦ ଘଣ୍ଟା ହେଲା ଉଠି ପାରିନାହିଁ ମହିଳାଙ୍କ ମୃତଦେହ।

ପୋଲିସ ସୂଚନା ଅନୁସାରେ କଂକୋରଖୋଲ ଗ୍ରାମର ହରିଜନପଡା ସ୍କୁଲ ସାହିର ଦୁଷ୍ମନ୍ତ ବାଦି (୩୦) ଓ ମା’ ବିଜୁଳି (୫୦)ଙ୍କ ମଧ୍ୟରେ କୌଣସି କାରଣଙ୍କୁ ନେଇ କଳହ ହୋଇଥିଲା। ସେଥିରେ ଉତ୍ତ୍ୟକ୍ତ ହୋଇ ଦୁଷ୍ମନ୍ତ ପାଖରେ ଥିବା ଏକ ଆମ୍ବ ବଲହାରେ ମା’ଙ୍କ ମୁଣ୍ଡରେ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହିତ ଦୁଷ୍ଟନ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନାଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି।

 

Share