୧୫ରେ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ଡିସେମ୍ବର ୧୫ରେ ରିଲିଜ୍‌ ହେବାକୁ ଯାଉଛି। ଏ ନେଇ ନିଜେ ଆଲିଆ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ଏହି ଫିଲ୍ମଟିର ଶୁଟିଂ ଅନେକ ଦିନ ଧରି ଚାଲିଥିଲା। ଯାହା ଏବେ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ଦର୍ଶକ ଅପେକ୍ଷାର ସହ ଚାହିଁ ରହିଛନ୍ତି। ଏହା ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଫିଲ୍ମର ଶୁଟିଂ ଶେଟରୁ କିଛି ଫଟୋ ଶେୟାର କରିଥିଲେ। ସେହି ଫଟୋ ଗୁଡିକରେ ଆୟାନ ରଣବୀର, ଆଲିଆ, ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନଙ୍କ ସହିତ କଥାବାର୍ତ୍ତା ହେଉଥିବା ଦେଖାଯାଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ୨୦୨୦ ଡିସେମ୍ବର ୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ହୋଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଏହାର ରିଲିଜ୍‌ ବିଳମ୍ବ ହୋଇଥିଲା। ତେବେ ଆସନ୍ତା ବର୍ଷ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହିଟ୍‌ ହେବ ବୋଲି ଆଶା କରାଯାଉଛି।

 

Share