ପାଟି ଦୁର୍ଗନ୍ଧ ହେଉଥିଲେ…

ଆମେ ପ୍ରତିଦିନ ଖାଇସାରିବା ପରେ ଭଲ ଭାବରେ କୁଳି କରି ପାଟି ସଫା କରିବା ଦରକାର। ନ ହେଲେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଦାନ୍ତସନ୍ଧିରେ ରହି ଦୁର୍ଗନ୍ଧ ସୃଷ୍ଟି କରିଥାଏ। ତେବେ ଜଣେ ଡାଇବେଟିସ୍‌ ରୋଗୀ ଏଥିପ୍ରତି ସତର୍କ ହେବା ନିହାତି ଦରକାର। ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଏଥିପାଇଁ ଦାୟୀ ଜୀବାଣୁ ଦାନ୍ତକୁ ମଜଭୁତ କରୁଥିବା ଟିସୁକୁ ଦୁର୍ବଳ କରିଦିଏ। ଏଥିଯୋଗୁ ପାଟିରୁ ଖରାପ ଦୁର୍ଗନ୍ଧ ବାହାରିବା ସହ ମାଢ଼ି ଲାଲ୍‌ ପଡ଼ିଯାଏ, ରକ୍ତ ବାହାରେ ଏବଂ ଦାନ୍ତ ଦୁର୍ବଳ ହୋଇପଡ଼େ। ଏପରି ସମସ୍ୟା ଡାଇବେଟିସ୍‌ ରୋଗୀ ଶରୀରରେ କୋଟାଏସିଡୋସିସ୍‌ ନାମକ ତତ୍ତ୍ୱ ସୃଷ୍ଟି କରିଥାଏ। ଏହାର ମାତ୍ରା ଅଧିକ ହୋଇଗଲେ ଜଣେ ଡାଇବେଟିସ୍‌ ରୋଗୀକୁ ବାରମ୍ବାର ପରିସ୍ରା ଲାଗିବା ସହ ବାନ୍ତି ଲାଗେ, ରକ୍ତରେ ଗୁକ୍ଲୋଜର ସ୍ତର ବଢ଼ିଯାଏ, ଏପରି କି ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ପ୍ରତିଦିନ ଦାନ୍ତକୁ ଦୁଇଥର ବ୍ରସ କରନ୍ତୁ। ଜିଭକୁ ମଧ୍ୟ ଭଲଭାବରେ ସଫା କରିବାକୁ ଭୁଲନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖନ୍ତୁ।