Advertisement

ବଜାରରେ ଜଳିଗଲା ଚଳନ୍ତା ଗାଡ଼ି

ଲୋଇସିଂହା ୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତା କନ୍ଦାଜୁରୀ ସାପ୍ତାହିକ ବଜାର ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଗାଡ଼ିରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଅଳ୍ପକେ ଡ୍ରାଇଭର ବର୍ତ୍ତି ଯାଇଛନ୍ତି। ଖବରପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ନିଆଁରେ ଗାଡ଼ି ଛାରଖାର ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ, ଛତିଶଗଡ଼ ଅଞ୍ଚଳର ଉକ୍ତ ଗାଡ଼ିଟି ଫେରିଲା ବାଟରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ଗାଡ଼ିରେ ନିଆଁ ଲାଗି ଥିବାରୁ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଯାତାୟତ ବନ୍ଦ ହୋଇ ପଡ଼ିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share