Categories: ଜାତୀୟ

ଚଳନ୍ତା ସ୍କର୍ପିଓରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡ୍ରାଇଭର

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ଜାମସେଦପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସୋନାରୀ ଥାନା ଅନ୍ତର୍ଗତ ମେରାଇନ ଡ୍ରାଇଭ୍‌ସ୍ଥିତ ବାର୍‌ ନିକଟରେ ମଙ୍ଗଳବାର ରାତିରେ ଏହି ଘଟଣାଟି ଘଟିଛି। ରାସ୍ତାରେ ଯାଉଥିବା ଏକ ସ୍କର୍ପିଓରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁର ଭୟାବହତା ଏତେ ଥିଲା ଯେ, ଡ୍ରାଇଭର ଏଥିରୁ ବାହାରି ପାରିଲେ ନାହିଁ। ଫଳରେ ଜିଅନ୍ତା ଜଳିଗଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ଉପସ୍ଥିତିରେ ଗାଡ଼ିର ଝରକା ଭାଙ୍ଗି ମୃତଦେହ ଜବତ କରାଯାଇଛି। ଏହା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗାଡ଼ିଟି ପୋଟକା ଥାନାର ଜୁଡ଼ି ଗାଁର। ଏହା ରାଞ୍ଚିରୁ ଆସୁଥିଲା। ପୋଲିସ ପୂରା ଘଟଣାର ତଦନ୍ତ କରୁଛି। ତେବେ ଗାଡ଼ିରେ କିପରି ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Share