ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଏମ୍‌ପି

ଢେଙ୍କାନାଳ ଅଫିସ,୨୧ା୭: ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଏବଂ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ କାର୍ଯ୍ୟକାରୀ ନ ହେବାରୁ ରାଜପଥ ମରଣଯନ୍ତାରେ ପରିଣତ ହୋଇଛି। ଏହାକୁ ନେଇ ଏମ୍‌ପି ମହେଶ ସାହୁ ଗୁରୁବାର ପୂର୍ବାହ୍ନରେ ନିଜ ସମର୍ଥକଙ୍କ ସହ ଢେଙ୍କାନାଳ ଟାଉନ ଥାନାକୁ ଆସି ଢେଙ୍କାନାଳସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଓ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ ମାମଲା ରୁଜୁ କରିଛନ୍ତି। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ବନ୍ଦକୁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିଥିବା କହିଛନ୍ତି।

Share