ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ଗଡଫାଦର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ବୁଧବାର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ମେଗାଷ୍ଟାର୍‌ ଚିରଞ୍ଜୀବୀ ଏବଂ ସଲମାନ ଖାନ୍‌ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ‘ଗଡଫାଦର’ ଏକ ଆକ୍ସନ ମୁଭି। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ମୋହନ ରାଜ। ନିକଟରେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଚିରଞ୍ଜୀବୀ-ସଲମାନଙ୍କ ବ୍ୟତିତ ନୟନତାରା, ସତ୍ୟଦେବ, ବିଜୁ ମେନନ, ଏବଂ ମୁରଲୀ ମୋହନ ମୁଖ୍ୟ ଚରିତ୍ରରେ ଅଛନ୍ତି। ‘ଗଡଫାଦର’ ଫିଲ୍ମଟି ସଲମାନଙ୍କ ପ୍ରଥମ ତେଲୁଗୁ ଫିଲ୍ମ।

Share