ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’। ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କରଥିଲା ‘କେଜିଏଫ୍‌-୨’।

ସିନେମାରେ ଫିଲ୍ମ ଷ୍ଟାର୍‌ ୟଶଙ୍କ ସହ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି। ଫିଲ୍ମଟି କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ରିଲିଜ ହୋଇଛି। ଏହା ହେଉଛି ପ୍ରଥମ କନ୍ନଡ ସିନେମା ଯାହା ଆଇମାକ୍ସରେ ମୁକ୍ତିଲାଭ କରିଛି। ୨୦୧୮ରେ ‘କେଜିଏଫ୍‌-୧’ ମୁକ୍ତିଲାଭ କରିଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।

Share