ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’

ସବୁ ଅପେକ୍ଷାର ଅନ୍ତ ଘଟାଇ ଆଜି ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକ କେବେଠୁ ଅପେକ୍ଷା କରିଛନ୍ତି। ଏବେ ସେହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ବହୁ ବାଦବିବାଦ ଲାଗି ରହିଛି। ଫିଲ୍ମର ଟାଇଟଲ ବଦଳାଇବାକୁ ଦାବି କରିଯାଇଥିଲା। ଏହା ପରେ, ମେ ୨୭ ରେ, ଫିଲ୍ମର ନିର୍ମାତା ଏହାର ନାମ ‘ପୃଥ୍ବୀରାଜ’ରୁ ‘ସମ୍ରାଟ ପୃଥ୍ବୀରାଜ’କୁ ପରିବର୍ତ୍ତନ କଲେ। ଅକ୍ଷୟ ଏବଂ ମାନୁଷୀଙ୍କ ବ୍ୟତିତ ସଂଜୟ ଦତ୍ତ ଓ ସୋନୁ ସୁଦ୍‌ ପ୍ରମୁଖ ଭୂମିକାରେ ଅଛନ୍ତି। ସିନେମାଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବ।

Share