Categories: ଜାତୀୟ

ଘୋଷଣା ହେଲା ବହୁ ପ୍ରତିକ୍ଷିତ ଲୋକ ସଭା ନିର୍ବାଚନ ତାରିଖ, ୧୯ ଏପ୍ରିଲରେ ମତଦାନ, ୪ ଜୁନରେ ଫଳାଫଳ, ୭ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ,୧୬।୩: ନିର୍ବାଚନ ଆୟୋଗ ଶନିବାର ଅପରାହ୍ନ ପ୍ରାୟ ୩ ଟାରେ ଲୋକ ସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସାତୋଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରୁ ଆରମ୍ଭ ହେବ ଏବଂ ସମସ୍ତ ୭ଟି ପର୍ଯ୍ୟାୟ ଭୋଟ ପରେ ଜୁନ ୪ ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ନିର୍ବାଚନ ଆୟୋଗ ପୂର୍ବରୁ କହିଥିଲେ ଯେ ଶନିବାର ଅପରାହ୍ନ ୩ଟାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହେବ ଏବଂ କିଛି ରାଜ୍ୟରେ ଲୋକ ସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରାଯିବ।

ଘୋଷଣା ହୋଇଥିବା କାର୍ଯ୍ୟସୂଚି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବ। ଏହି ଅବଧି ମଧ୍ୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୨ ଲୋକ ସଭା ଆସନରେ ମତଦାନ ହେବ।
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୨୬ ଏପ୍ରିଲରେ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୩ ଟି ରାଜ୍ୟ ତଥା ୟୁନିଅନ ଟେରିଟୋରିରେ ଭୋଟ ଗ୍ରହଣ କରାଯିବ। ଏହି ସମୟ ମଧ୍ୟରେ ଦେଶର ୮୯ ଟି ଲୋକ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବ।
ତୃତୀୟ ପର୍ଯ୍ୟାୟରେ ୧୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୪ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟ ଭୋଟ ମେ ୭ରେ ହେବ।
ମେ ୧୩ ରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଦେଶର ୧୦ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୯୬ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ।
ମତଦାନର ପଞ୍ଚମ ପର୍ଯ୍ୟାୟ ମେ ୨୦ ରେ ହେବ। ଏହି ଅବଧି ମଧ୍ୟରେ ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ। ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବ।
ଷଷ୍ଠ ପର୍ଯ୍ୟାୟରେ ମେ ୨୫ ରେ ମତଦାନ ହେବ। ଏହି ଦିନ ଦେଶର ୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ।
ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ରେ ହେବ। ଶେଷ ପର୍ଯ୍ୟାୟରେ ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହେବ। ଏହି ଅବଧି ମଧ୍ୟରେ ୫୭ଟି ଲୋକ ସଭା ଆସନରେ ମତଦାନ ହେବ।

Share