ବହୁପ୍ରତୀକ୍ଷିତ ‘ପ୍ରୋଜେକ୍ଟ କେ’ ଫିଲ୍ମର ବଦଳିଲା ନାମ

ଫିଲ୍ମ ‘ପ୍ରୋଜେକ୍ଟ କେ’ ନାଁ ବଦଳିଛି। ଫିଲ୍ମର ନିର୍ମାତାମାନେ ଫିଲ୍ମର ଟାଇଟଲ ‘ପ୍ରୋଜେକ୍ଟ କେ’ ରୁ ‘କଲ୍କି ୨୮୯୮ ଏଡି’ ରେ ପରିବର୍ତ୍ତନ କରିଛନ୍ତି। ନାଁ ପରିବର୍ତ୍ତନ ହୋଇ ଫିଲ୍ମର ଟିଜର ରିଲିଜ ହୋଇଛି। ୧୧ ଘଣ୍ଟା ପୂର୍ବରୁ ରିଲିଜ ହୋଇଥିବା ଏହି ଟିଜରକୁ ଏପର୍ଯ୍ୟନ୍ତ ୫ ମିଲିୟନ ଥର ଦେଖାଯାଇଛି ପୂର୍ବରୁ ଫିଲ୍ମର ଲିଡ୍‌ ରୋଲରେ ଥିବା ପ୍ରଭାସ ଏବଂ ଦୀପିକାଙ୍କ ଲୁକ୍‌ ମଧ୍ୟ ଶେୟାର କରାଯାଇଥିଲା। ଦର୍ଶକ ଟିଜର୍‌କୁ ବେଶ୍‌ ପସନ୍ଦ କରିଛନ୍ତି।
ଫିଲ୍ମରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନ ଷ୍ଟାରର ‘କଲ୍କି ୨୮୯୮ ଏଡି’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଅଛି। ଏହି ମଲ୍ଟିଷ୍ଟାର୍‌ ଚଳଚ୍ଚିତ୍ରର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ର୍ନିମିତ ଏହି ଚଳଚ୍ଚିତ୍ରରେ ଭଗବାନ ବିଷ୍ଣୁଙ୍କ କଲ୍କି ଅବତାର ଦେଖାଇବାକୁ ଚେଷ୍ଟା କରାଯାଇଛି।

Share