ନୟାଗଡ଼ ଅଫିସ,୨୧।୧: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା ଚିଲ୍ଡ୍ରେନ କୋର୍ଟକୁ ସ୍ଥାନାନ୍ତର ହୋଇଛି। ବୁଧବାର ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ଜଣେ ମନସ୍ତତ୍ତ୍ୱବିତ୍ଙ୍କ ଦ୍ୱାରା ଧାରା ୧୫ ଅନୁସାରେ ବାଳସୁଧାର ଗୃହରେ ଥିବା କଲେଜ ଛାତ୍ରଙ୍କୁ ପଚରାଉଚୁରା କରାଯାଇଥିଲା। ଏହାପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ସେହି ମାମଲାକୁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଚିଲ୍ଡ୍ରେନ କୋର୍ଟରେ କଲେଜ ଛାତ୍ରଙ୍କୁ ହାଜର କରାଯାଇଛି। ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୫ରେ ହେବ। ଅନ୍ୟପକ୍ଷେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଲୟାର ଭଏସ୍ ଆନାଲିସିସ୍) ପାଇଁ ଏସ୍ଆଇଟି କରିଥିବା ଆବେଦନ ଓ ରିମାଣ୍ଡ ସମୟରେ କଲେଜ ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଅଭିଯୋଗର ଶୁଣାଣି ଚିଲଡ୍ରେନ କୋର୍ଟରେ ହେବ ବୋଲି ବୋର୍ଡଙ୍କ ନିର୍ଦ୍ଦେଶ ରହିଥିବା ସରକାରୀ ଓକିଲ ବଳଭଦ୍ର ମହାନ୍ତି ସୂଚନା ଦେଇଛନ୍ତି। କଲେଜ ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର କହିଛନ୍ତି, ୧୬ରୁ ୧୮ ବର୍ଷ ମଧ୍ୟରେ ପିଲାଟିର ବୟସ ରହିଛି। ପୁଣି ତାଙ୍କ ନଁାରେ ଗୁରୁତର ଅଭିଯୋଗ ଆସିଛି। ଏଣୁ ଆଇନ ମୁତାବକ ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି ା