ଦାରିଙ୍ଗବାଡ଼ି,୧୦।୭(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର କିରିକୁଟି ପଞ୍ଚାୟତ ତଜଡ଼ବାଡ଼ି ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବା ବେଳେ ଏବେ ସେହି ପାଦଚଲା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ା ଗ୍ରାମବାସୀ କର୍ଦ୍ଦମାତ୍ର ରାସ୍ତାରେ ଯାତାୟାତ କରୁଛନ୍ତି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ ବୋଲି ଅଞ୍ଚଳର ମୋହନ ପ୍ରଧାନ କହିଛନ୍ତି। ଶୀଘ୍ର ଉକ୍ତ ଗ୍ରାମକୁ ସବୁଦିନିଆ ଭଲରାସ୍ତାଟିଏ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ଏବେ ଗ୍ରାମବାସୀ ନିଜ ପଞ୍ଚାୟତରେ ପହଞ୍ଚି ସାଧାରଣ ବଣ୍ଟନ ସାମଗ୍ରୀ ନେବା କଷ୍ଟକର ହୋଇପଡ଼ିଥିବା ବେଳେ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗମାନେ ନିଜ ଭତ୍ତାଟଙ୍କା ନେବାକୁ ଗାଁରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ସମ୍ଭବ ହୋଇ ପାରୁନଥିବା ଜଣାପଡ଼ିଛି ା