ଖୁବ୍‌ଶୀଘ୍ର ଘୋଷଣା ହେବ ପୌର ନିର୍ବାଚନ ତାରିଖ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ତ୍ରିସ୍ତରୀୟ ନିର୍ବାଚନ ପରେ ହେବ ପୌର ନିର୍ବାଚନ। ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିର୍ବାଚନ ତାରିଖ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ ମଧ୍ୟ କରାଯାଇଛି। ୪୮ଟି ପୌର ପରିଷଦ, ୫୯ଟି ଏନ୍‌ଏସି ଏବଂ ୩ଟି ମହାନଗର ନଗମରେ ନିର୍ବାଚନ ହେବ।

Share