ଭଦ୍ରକ ଅଫିସ,୨୫ା୧୧: ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଶୁକ୍ରବାର ପୌରପାଳିକା କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଗୁରୁବାର ଭତ୍ତା ପ୍ରଦାନକୁ କେନ୍ଦ୍ର କରି କେତେକ ଲୋକ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଶି ଦୁର୍ବ୍ୟବହାର କରିଥିଲେ। ଏନେଇ ନିର୍ବାହୀ ଅଧିକାରୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ଶାନ୍ତିପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନରେ ବସିଛନ୍ତି।