Categories: ଜାତୀୟ

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ଚପଲ ବିଚାରପତିଙ୍କ ଦେହରେ ନ ବାଜି ଝରକାରେ ମାଡ଼ ହେବା ପରେ କ୍ଲର୍କ ବେଞ୍ଚ୍‌ ପାଖରେ ପଡ଼ିଥିଲା। ଅଭିଯୁକ୍ତ କିରନ ସନ୍ତୋଷ ଭରମଙ୍କ ନାଁରେ ମାମଲା ରୁଜୁ ହୋଇଛି। ହତ୍ୟା ମାମଲାରେ କିରନ୍‌ଙ୍କୁ ଜିଲା ଓ ଅତିରିକ୍ତ ସେସନ୍ସ ଜଜ୍‌ ଆର୍‌.ଜି. ଓ୍ବାଘମେର୍‌ଙ୍କ କୋର୍ଟରେ ହାଜର କରାଯାଇଥିବାବେଳେ ସେ ଅନ୍ୟ ଅଦାଲତରେ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିବେଦନ କରିଥିଲେ। ସେହି ସମୟରେ ତାଙ୍କ ଓକିଲ କୋର୍ଟ ରୁମ୍‌ରେ ଉପସ୍ଥିତ ନ ଥିବାରୁ ବିଚାରପତି ଶୁଣାଣିକୁ ଘୁଞ୍ଚାଇବା ସହ ଆଉ ଜଣେ ଓକିଲ ଦେବାକୁ କହିଥିଲେ। ଏହି ସମୟରେ କିରନ୍‌ ନଇଁପଡ଼ି ଚପଲ ଉଠାଇ ବିଚାରପତିଙ୍କୁ ଫିଙ୍ଗିଥିଲେ।

Share