ଖବରଦାତା ହତ୍ୟା ମାମଲା: ଏଫ୍‌ଆଇଆର ପଞ୍ଜୀକରଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ,୭ା୧୨: ପାକିସ୍ତାନ ସୁପ୍ରିମକୋର୍ଟ କେନିଆରେ ବରିଷ୍ଠ ଖବରଦାତା ଅର୍ଶଦ ସରିଫଙ୍କ ହତ୍ୟା ମାମଲାରେ ଏଫ୍‌ଆଇଆର୍‌ ପଞ୍ଜୀକରଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଘଟଣାର ଅନୁସନ୍ଧାନ କରୁଥିବା କମିଟି ଏହାର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ଯାଞ୍ଚର ତଦାରଖ ପାଇଁ କୋର୍ଟ ୫ ଜଣ ବିଚାରପତିଙ୍କ ଏକ କମିଟି ମଧ୍ୟ ଗଠନ କରିଛନ୍ତି।

କେନିଆରେ ଖବରଦାତାଙ୍କୁ ହତ୍ୟା କରାଯାଇଥିଲା। ଅକ୍ଟୋବର ୨୩ରେ କେନିଆର ରାଜଧାନୀଠାରୁ କିଛି ଦୂରରେ ଅର୍ଶଦ ନାମକ ଜଣେ ପୂର୍ବତନ ଆର୍‌ଏଭି ଟିଭି ଖବରଦାତା ତଥା ଆଙ୍କରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପାକିସ୍ତାନରେ ହଟଚମଟ ସୃଷ୍ଟି ହୋଇଥିଲା।

Share