ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି l କେହି ପରପୁରୁଷ ପ୍ରେମରେ ପଡ଼ି ସ୍ବାମୀଙ୍କୁ ହତ୍ୟା କରୁଛନ୍ତି ତ କେହି ପର ସ୍ତ୍ରୀ ପ୍ରେମରେ ପଡ଼ି ନିଜ ସ୍ତ୍ରୀଙ୍କୁ ହତ୍ୟା କରୁଛନ୍ତି। ଏଭଳି ଏକ ଘଟଣା କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ସୂଚନାରୁ ଜଣାପଡ଼ିଛି, କଳାହାଣ୍ଡି ଜିଲା ଥୁଆମୂଳରାମପୁର ସଦରସ୍ଥିତ ବଣ୍ଡେଲ ଗ୍ରାମର ସୀତାରାମ ମାଝି, ତେରଙ୍ଗାସିଲ ଗ୍ରାମର ଲେଲି ମାଝିଙ୍କ ଝିଅ ଫଗୁନ ମାଝିଙ୍କୁ  କିଛିବର୍ଷ ତଳେ ବିବାହ କହିଥିଲେ। କିନ୍ତୁ ବିବାହର କିଛି ଦିନଠାରୁ ସୀତାରାମ ଓ ତାଙ୍କ ପରିବାର ଯୌତୁକ କଥାକୁ ନେଇ ଅନେକ ଥର ଗଣ୍ଡଗୋଳ ହେଉଥିଲା। ଗତ ଶୁକ୍ରବାର ସ୍ବାମୀ ସ୍ତ୍ରୀ ଦୁହେଁ ଜଙ୍ଗଲକୁ ଜାଲେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେସମୟରେ ହିଁ ସ୍ତ୍ରୀ ଫଗୁନଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଛି ବୋଲି ଫଗୁନଙ୍କ ଭାଇ ଚିତଳ ସିଂ ମାଝିଙ୍କୁ ଫୋନ ଯୋଗେ କିଏ ଜଣେ ଯୋଗାଯୋଗ କରିଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଚିତଳ ଓ ତାଙ୍କ ପରିବାର ଲୋକେ ବଣ୍ଡେଲ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଯାଇ ଦେଖିଲେ କିନ୍ତୁ ତାଙ୍କ ଭଉଣୀଙ୍କ ମୃତ ଶରୀରର ଜଙ୍ଗଲରେ ନ ଥିଲା ହେଲେ ରହିଥିଲା ସ୍ବାମୀଙ୍କ ଘରେ। ଏନେଇ ମୃତ ଫଗୁନଙ୍କ ଭାଇ ଚିତଳ ଥୁଆମୂଳରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଶନିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଥୁଆମୂଳରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ଥୁଆମୂଳରାମପୁର ପୋଲିସ ୩୦୪-ବି,୩୦୨,୨୯୪,୩୪ ଭଳି ମାମଲା ରୁଜୁ କରି ତାଙ୍କ ସାମୀ ସୀତାରାମଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଥାନା ଅଧିକାରୀ କୈବର୍ତ୍ତ୍ୟ ସେଠ୍‌ ସୂଚନା ଦେଇଛନ୍ତି।