ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ୨ ମହିଳାଙ୍କ ସମେତ ୭ ଗିରଫ

କୋରାପୁଟ,୧୨ା୧୧(ଅମିତାଭ ବେହେରା): କୋରାପୁଟ ସହରର ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ରବିବାର ୨ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ। ରମେଶ ସରକାରୀ ଚାକିରିରୁ ଅବସର ନେବା ପରେ ବୁଢ଼ୀ ଠାକୁରାଣୀ ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ତ୍ରୀ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟେ ମାତ୍ର ଝିଅ ଭବାନୀପାଟଣାରେ ବିବାହ କରି ସେଠାରେ ରହୁଛନ୍ତି। ରମେଶ ଏକାକୀ ଘରେ ରହୁଥିବା ବେଳେ ଘର କାମ କରିବା ପାଇଁ ସରସ୍ବତୀ ଯାନୀ ନାମକ ଜଣେ ମହିଳାଙ୍କୁ ତାଙ୍କ ଘରେ ନିଯୁକ୍ତି ଦେଇଥିଲେ। ରମେଶଙ୍କ ଟଙ୍କା ଓ ଜିନିଷ ଉପରେ ସରସ୍ବତୀଙ୍କ ନଜର ପଡ଼ିଥିଲା। ରମେଶଙ୍କୁ ବାଟରୁ ହଟାଇବା ପାଇଁ ଚାକରାଣୀ ସରସ୍ବତୀ ସମସ୍ତ ଯୋଜନା କରିଥିଲେ। ମାଷ୍ଟରମାଇଣ୍ଡ୍‌ ସରସ୍ବତୀ ଓ ତାଙ୍କ ସହଯୋଗୀ ମିଶି ରମେଶଙ୍କ ଗୋଡ଼ହାତ ବାନ୍ଧି ହତ୍ୟା କରିଥିଲେ। ହତ୍ୟା କରିବା ପରେ ତାଙ୍କ ମୋବାଇଲକୁ ପୋଡ଼ି ଜାଳି ଦେଇଥିଲେ। ରମେଶଙ୍କ ଘରୁ ସୁନା, ରୁପା ସମେତ ଟଙ୍କା ଲୁଟି ନେଇଥିଲେ l ୮ ତାରିଖ ସକାଳୁ ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ହତ୍ୟା ହୋଇଥିବା ପୋଲିସ ପ୍ରକାଶ କରିଥିଲା। ରମେଶଙ୍କ ଘରେ କାମ କରୁଥିବା ସରସ୍ବତୀଙ୍କ ମୋବାଇଲକୁ ଟ୍ରାକ୍‌ କରି ପୋଲିସ ୭ ଜଣଙ୍କୁ ଗିରଫ କରିଛି l ଗିରଫ ୭ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ରହିଥିବା ବେଳେ ୫ ଜଣ ଯୁବକ ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ସେମାନେ ହେଲେ ପ୍ରତାପ ଟାକ୍ରି, କିଷାନ ବାଗ୍‌, ନରାଜ ବେନିୟା, ମହେନ୍ଦ୍ର ପାଣିଗ୍ରାହୀ, ରମା ଗୌଡ଼, ସରସ୍ବତୀ ଯାନୀ, ଅଶୋକ ରାୟ। ଗିରଫ ଅଭିଯୁକ୍ତଙ୍କଠାରୁ ମନ୍ଦିରର ଠାକୁରାଣୀଙ୍କ ସୁନା, ରୁପା, ୬ଟି ମୋବାଇଲ ସମେତ ନଗଦ ୧୫ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ଟାଉନ ଥାନାରେ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସ୍‌ଡିପିଓ ଶ୍ରାବଣୀ ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

ଠେକୁଆ ଦେଖାଇବେ କହି ୭ବର୍ଷର କୁନି ଝିଅକୁ ବଳାତ୍କାର କଲେ ଜେଜେ ବୟସର  ବ୍ୟକ୍ତି: ମାଡ଼ି ବସିଲା ପୋଲିସ 

ଯାଜପୁର,୨୭।୧୦: ଯାଜପୁର ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାରର ହୋଇଥିଲ। ଘଟଣାର ୪ ଦିନ ପରେ ଅଭିଯୁକ୍ତ କାଳିଆ ପରିଡାଙ୍କୁ ପୋଲିସ ଗିରଫ...

ସାନଖେମୁଣ୍ଡିରେ ଅନାସ୍ଥାକୁ ନେଇ ରାଜନୈତିକ ଛକାପଞ୍ଝା, ନାଏବ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼

ଦିଗପହଣ୍ଡି,୨୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ...

ରାଜଭବନରେ ପହଞ୍ଚିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ୱର,୨୭ା୧୦: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଓଡ଼ିଶା ଗସ୍ତରେ ଆସି ରବିବାର ରାଜଭବନରେ ପହଞ୍ଚିଛନ୍ତି। ଏଠାରେ ସେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ...

ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ...

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri