ଗର୍ଭବତୀଙ୍କୁ ହତ୍ୟା ଘଟଣା: ସ୍ବାମୀ ସହ ପୋଲିସ ଅଟକ!

ବଣାଇଁ,୧୩ା୧୨:ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗ୍ରାମରେ ବୁଧବାର ଜଣେ ୭ ମାସର ଗର୍ଭବତୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତା ମହିଳା ହେଲେ ସାମ୍ୟମୟୀ (୩୧)। ଏହି ଘଟଣାରେ ୪ ଜଣ ଅଟକ ରହିଥିବା ସୂଚନା ମିଳିଛି। ସ୍ବାମୀଙ୍କ ସହ ଜଣେ ପୋଲିସ କର୍ମଚାରୀ ଓ ଗାଁର ୨ ଯୁବକ ଅଟକ ରହିଛନ୍ତି। ହତ୍ୟା ସମ୍ପୃକ୍ତି ସନ୍ଦେହରେ ପୋଲିସ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ଲୁଟ୍‌ କରିବାକୁ ଆସି ସାମ୍ୟମୟୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ବାମୀ ଦେବେନ ବେହେରା କହୁଥିବାବେଳେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଟିକାୟତପାଲି ଥାନା ପୋଲିସ ଏକ ହତ୍ୟା ମାମଲା ( ନଂ. ୮୭/୨୦୨୪) ରୁଜୁ କରି ଘଟଣାର ତଦନ୍ତ କରୁଛି। ଖବର ଲେଖା ହେବା ସୁଦ୍ଧା ମୃତଦେହ ବ୍ୟବଚ୍ଛେଦ ହୋଇନାହିଁ। ଗୁଳି ଯୋଗୁ ତାଙ୍କର କେଉଁ ଅଙ୍ଗ ପ୍ରଭାବିତ ହୋଇଛି ତାହା ଜାଣିବା ପାଇଁ ହାଇ କ୍ୱାଲିଟି ଏକ୍ସ-ରେ ନିମନ୍ତେ ମୃତଦେହକୁ ସୁନ୍ଦରଗଡ଼ ପଠାଯାଇଥିଲା।
ସାମ୍ୟମୟୀଙ୍କ ସ୍ବାମୀ ଦେବେନଙ୍କ କହିବାନୁଯାୟୀ, ବୁଧବାର ରାତିରେ ସେମାନେ ସ୍ବାମୀସ୍ତ୍ରୀ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ସାମ୍ୟମୟୀ ଉଠିଥିଲେ। ଘରର ମୁଖ୍ୟ କବାଟ କେହି ବାଡ଼େଇବା ଶବ୍ଦ ଶୁଣି ସେ କବାଟ ଖୋଲିଥିଲେ। ଏହାପରେ ଚିତ୍କାର ଓ ଗୁଳି ଫୁଟିବା ଶବ୍ଦ ଶୁଣି ଦେବେନ ବାହାରକୁ ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାମ୍ୟମୟୀ ତଳେ ପଡ଼ିଥିଲେ। ତାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ୍‌ ଲୁଟି ନେବା ପରେ ଗୁଳିମାଡ଼ କରିଥିଲେ ବୋଲି ଦେବେନ କହିଛନ୍ତି। ତାଙ୍କ କହିବାନୁଯାୟୀ ପଡ଼ୋଶୀଙ୍କ ସହାୟତାରେ ତୁରନ୍ତ ସାମ୍ୟମୟୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ସାମ୍ୟମୟୀଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଥିବା ତାଙ୍କ ବାପା ପୀତାମ୍ବର ବେହେରା ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ସାମ୍ୟମୟୀଙ୍କ ବାପଘର ଛେଣ୍ଡିପଦା ଓ ସେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମ୍ପର୍କୀୟା ଭଉଣୀ ବୋଲି ଜଣାପଡ଼ିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି। ପୀତାମ୍ବର ବେହେରାଙ୍କ ଏତଲାରେ ଦର୍ଶାଯାଇଛି, ୨୦୨୪ ଫେବୃଆରୀ ୭ରେ ଝିଅର ବିବାହ ହୋଇଥିଲା। ଝିଅ ୭ମାସର ଗର୍ଭବତୀ ଥିଲା। ବୁଧବାର ବିଳମ୍ବିତ ରାତିରେ ଦେବେନଙ୍କ ଜଣେ ମାଉସୀ ଫୋନ କରି କହିଥିଲେ, କେହି ଅଜଣା ବ୍ୟକ୍ତି ସାମ୍ୟମୟୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଜ୍ୱାଇଁ କି ଶ୍ୱଶୁର ଶାଶୁ ତାଙ୍କୁ ନ ଜଣାଇବା ଘଟଣାକୁ ଅଧିକ ରହସ୍ୟମୟ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri