Categories: ଜାତୀୟ

ଧୂମପାନ କରୁଥିବା ଯୁବତୀଙ୍କୁ ଚାହିଁବାରୁ ହତ୍ୟାକାଣ୍ଡ

ନାଗପୁର,୯ା୪: ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଧୂମପାନ କରୁଥିବା ୨ ଯୁବତୀଙ୍କୁ ଚାହିଁବାରୁ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଖବର ଅନୁଯାୟୀ ଜୟଶ୍ରୀ ପଞ୍ଝାଡ଼େ ଏବଂ ତାଙ୍କ ବାନ୍ଧବୀ ସାବିତ୍ର ସାଏରେ ଏକ ପାନ ଦୋକାନ ବାହାରେ ସିଗାରେଟ୍‌ ପିଉଥିବାବେଳେ ସେଠାକୁ ସିଗାରେଟ୍‌ କିଣିବାକୁ ଆସିଥିବା ରଞ୍ଜିତ ରାଠୋର ସେମାନଙ୍କୁ ଚାହିଁଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସାରୁ ମାଡ଼ପିଟ ହୋଇଥିଲା। ଜୟଶ୍ରୀ ତାଙ୍କ ବନ୍ଧୁ ଆକାଶ ରାଉତଙ୍କୁ ଫୋନ୍‌ କରି ଡକାଇଥିଲେ। ଆକାଶ ପହଞ୍ଚତ୍ବା ପରେ ରଞ୍ଜିତଙ୍କ ସହ ତାଙ୍କର ମୁହଁାମୁହିଁ ହୋଇଥିଲା। ଆକାଶ ରଞ୍ଜିତଙ୍କୁ ଏକାଧିକ ଥର ଛୁରି ଭୁସି ହତ୍ୟା କରିଥିଲେ। ଉକ୍ତ ହତ୍ୟାକାଣ୍ଡର ଦୃଶ୍ୟ ସେଠାରେ ଲଗାଯାଇଥିବା ସିକ୍ୟୁରିଟି କ୍ୟାମେରାରେ ରେକର୍ଡ ହୋଇଥିବା ପୋଲିସ କହିଛି।

Share