ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ ଯୁବକଙ୍କ ଗଳାକାଟି ହତ୍ୟା

ଅନୁଗୋଳ,୯ା୧୦(ଅମିତ କୁମାର ସାମଲ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛ। ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ ଜଣେ ଯୁବକଙ୍କ ବେକକୁ କେହି ଦୁର୍ବୃତ୍ତ ଆକ୍ରମଣ କରି ହତ୍ୟା କରିଛି।

ସୂଚନାନୁଯାୟୀ, ଗାଁର ବିଶ୍ୱନାଥ ବର୍ଗିଆ ଗତକାଲି ସନ୍ଧ୍ୟାରେ ଘର ନିକଟରେ ଥିବା କନ୍ଦମୂଳ ଚାଷ ଜମିରେ ଫସଲ ଜଗିବାକୁ କରିଥିବା ମଞ୍ଚାରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ବିଶ୍ୱନାଥ ଯନ୍ତ୍ରଣାରେ ବେକରେ ହୋଇଥିବା କ୍ଷତକୁ ଗାମୁଛାରେ ଚାପି ଘର ପାଖକୁ ଦୌଡ଼ି ଯାଇ ଚିତ୍କାର କରିଥିଲେ। ବିଶ୍ୱନାଥଙ୍କ ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଫେରାର ହୋଇ ଯାଇଥିଲେ। ତେବେ କ’ଣ ହୋଇଛି ବୁଝିବା ବେଳକୁ ବିଶ୍ୱନାଥ ସେହିଠାରେ ଟଳି ପଡ଼ିଥିଲେ। ଖବର ପାଇ ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ।

Share