ଭାରାକ୍ରାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଗୀତ ଶୁଣିଥାଆନ୍ତି। କେତେକେ ନିଜର ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା ସେମାନଙ୍କର ମାନସିକତା ପ୍ରାୟ ସକାରାତ୍ମକ ରହିଥାଏ ଏବଂ ନିଜେ କରୁଥିବା କାମକୁ ସୂଚାରୁ ରୂପେ ସମ୍ପନ୍ନ କରିଥାଆନ୍ତି। ମନ ପସନ୍ଦର ସଙ୍ଗୀତ ଶୁଣିବା ଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମସ୍ତିଷ୍କ ପୂର୍ବାପେକ୍ଷା ଆହୁରି ସକ୍ରିୟ ଭାବରେ କାମ କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଅଧିକାଂଶ ସମୟ ନିଜର ମନ ପସନ୍ଦର ସଙ୍ଗୀତ ଶୁଣୁଥିବା ବ୍ୟକ୍ତିମାନଙ୍କର ମାନସିକତା କିପରି ରହୁଛି ତାହାକୁ ତନ୍ନ ତନ୍ନ କରି ତର୍ଜମା କରିଥିଲେ ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏହାଦ୍ୱାରା ସେମାନଙ୍କର ମସ୍ତିଷ୍କ ପୂର୍ବାପେକ୍ଷା ଆହୁରି ସକ୍ରିୟ ଥିବାର ସେମାନେ ଜାଣିବାକୁ ପାଇଥିଲେ।