ରହସ୍ୟମୟ ରତ୍ନଭଣ୍ଡାର

ର୍ବଂ ରହସ୍ୟମ ପୁରୁଷୋତ୍ତମସ୍ୟ। ଦେବୋ ନ ଜାନାନ୍ତି କୁତୋ଼ଃ ମନୁଷ୍ୟଃ’। ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆଲୋଚନା ବେଳେ ଆଲୋଚକ ବା ପ୍ରବଚକମାନେ ଏହି ପଦଟି ନିଶ୍ଚିତ କହିଥାଆନ୍ତି। କିନ୍ତୁ ପ୍ରବଚକ ବା ବକ୍ତାମାନେ ବେଳେ ବେଳେ ଅନେକ କପୋଳକଳ୍ପିତ ମନଗଢ଼ା କାହାଣୀ ସହ ବଚନ ମାଧୁର୍ଯ୍ୟରେ ଆଲୋଚନାକୁ ଏଭଳି କ୍ଳିଷ୍ଟ କରନ୍ତି ଯେ ଆମେ ଶ୍ରୀଜଗନ୍ନାଥଙ୍କୁ ଆଶାତୀତ ରହସ୍ୟମୟ ଠାକୁର ଭାବରେ ବିଶ୍ୱାସ କରିଥାଉ। ତାଙ୍କର ମାନବୀୟ ଲୀଳା ଆଧାରିତ ଆମର ମାନସିକତା ‘ଯଥା ଦେହେ ତଥା ଦେବେ’ ଆପେ ଆପେ ନୂ୍ୟନ ହୋଇଯାଏ । ଶ୍ରୀମନ୍ଦିର ଓ ଶ୍ରୀଜୀଉମାନଙ୍କର ଗଠନ ଶୈଳୀ, ସେଠାରେ ପ୍ରସାଦ ପ୍ରସ୍ତୁତି ଓ ଭୋଗ ଏଂ ବେଶ ଆଭୂଷଣ ଅନନ୍ୟ ହୋଇଥିବାରୁ ଶ୍ରୀମନ୍ଦିର ମଧ୍ୟ ସାମଗ୍ରିକ ଭାବରେ ରହସ୍ୟମୟ ବୋଲି ସେମାନେ ମଧ୍ୟ ପ୍ରତିପାଦିତ କରିଥାନ୍ତି । କିନ୍ତୁ ସାମ୍ପ୍ରତିକ ସ୍ଥିତିକୁ ଅନୁଧ୍ୟାନକଲେ ସବୁଠାରୁ ରହସ୍ୟମୟ ହେଉଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର। ବାରମ୍ବାର ବିଦେଶୀ ଓ ବିଧର୍ମୀଙ୍କ ଆକ୍ରମଣ ଏଂ ଲୁଣ୍ଠନ ସତ୍ତ୍ୱେ ସେଇ ରତ୍ନଭଣ୍ଡାରରେ ଏବେ ଯେଉଁ ଦୁର୍ମୂଲ୍ୟ ରତ୍ନ ଓ ଅଳଙ୍କାର ରହିଛି ତାହା କେବଳ ଶ୍ରୀମନ୍ଦିର ଗଠନ ଶୈଳୀ ଯୋଗୁ ସମ୍ଭବ ହୋଇଛି। କିନ୍ତୁ ଦୀର୍ଘବର୍ଷ ଧରି ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବହୁ ଆଲୋଚନା ସତ୍ତ୍ୱେ ବିବିଧ ଘଟଣାବଳୀ ତାହାକୁ ଏଭଳି ମାନବକୃତ ରହସ୍ୟମୟ କରିଛି ଯେ ପୁରୁଷୋତ୍ତମଙ୍କ ରହସ୍ୟ ବା ରହସ୍ୟମୟ ଶ୍ରୀମନ୍ଦିର ତା’ ପାଖରେ ମଧ୍ୟ ନୂ୍ୟନ ହୋଇଯାଇଛି।
ପ୍ରଥମେ ଜଣେ ସାମାଜିକ କର୍ମୀ ଗଣମାଧ୍ୟମରେ ପ୍ରକାଶକଲେ, ୨୦୦୯ ଫେବୃଆରୀ ଓ ମାର୍ଚ୍ଚ ଦ୍ୱିତୀୟ ଶନିବାର ବିଳମ୍ବିତ ରାତ୍ରିରେ ରତ୍ନଭଣ୍ଡାରରୁ ଅନେକ ଦ୍ରବ୍ୟ ସ୍ଥାନାନ୍ତରିତ ହେଉଥିବାର ସେ ଚାକ୍ଷୁଷ ସାକ୍ଷୀ। ମାତ୍ର ତାଙ୍କର ବିବୃତି ପରେ ସରକାର, ଶ୍ରୀମନ୍ଦିର ପ୍ରଶାସନ ବା ସ୍ଥାନୀୟ ପୋଲିସର ନୀରବତା ରହସ୍ୟମୟ ଥିଲା। ଜଣେ ଆଇନଜୀବୀ ଉଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ସହ ରତ୍ନଭଣ୍ଡାରର ମରାମତି ପାଇଁ ମାମଲା କଲେ। କୋର୍ଟ ଏହାକୁ ଗୁରୁତ୍ୱ ଦେଇ ରତ୍ନଭଣ୍ଡାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବାରେ ରାଜ୍ୟ ସରକାର ଏକ ୧୭ଜଣିଆ କମିଟି ଗଠନକଲେ। ପୁରୀର ତତ୍କାଳୀନ ଜିଲାପାଳଙ୍କ ନେତୃତ୍ୱରେ ସେଇ କମିଟି ୨୦୧୭ ମସିହାରେ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ସହ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ବି ରତ୍ନଭଣ୍ଡାର ଚାବି ନ ଥିବାରୁ ଫେରିଆସିବା ମଧ୍ୟ ରହସ୍ୟମୟ ଥିଲା। ୨ଦିନ ପରେ ସାମ୍ବାଦିକ ସମ୍ମିଳନୀରେ ଗୋଟିଏ ଲଫାପା ଉପରେ ହାତ ରଖି ଜିଲାପାଳ ନାଜର ଖାନାରୁ ଡୁପ୍ଲିକେଟ୍‌ ଚାବି ମିଳିଥିବା ପ୍ରକାଶ କରିଥିଲେ ବି ଚାବିର ସ୍ଥିତି ବା ଆକାର ନ ଦେଖାଇବା ମଧ୍ୟ ସ୍ବତଃ ରହସ୍ୟମୟ ଥିଲା। ରତ୍ନଭଣ୍ଡାର ଚାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଓ ପ୍ରାୟ ୨୪ ଲକ୍ଷ ଟଙ୍କା ବ୍ୟୟରେ ନ୍ୟାୟ ମୂର୍ତ୍ତି ରଘୁବୀର ଦାସଙ୍କ କମିଶନ ଦେଇଥିବା ରିପୋର୍ଟ ୬ ବର୍ଷ ମଧ୍ୟରେ ବିଧାନସଭାରେ ଆଲୋଚିତ ନ ହେବା ମଧ୍ୟ ତତୋଽଧିକ ରହସ୍ୟମୟ। ସରକାର ଅରିଜିତ ପଶାୟତଙ୍କ ନେତୃତ୍ୱରେ ଗଠନ କରିଥିବା ରତ୍ନଭଣ୍ଡାର ତଦାରଖ କମିଟି କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବା ପଛରେ ମଧ୍ୟ ରହସ୍ୟମୟ ନିର୍ଦ୍ଦେଶ ରହିଥିବା ମନେହୁଏ। ଏଥିମଧ୍ୟରେ ଜଣେ ସେବକଙ୍କ ଶ୍ରୀଜୀଉମାନଙ୍କର ଅନବସର ସମୟରେ ସାପର ଭୟଙ୍କର ଫୁତ୍କାର ଶୁଣିବା, ଅନ୍ୟ ଜଣେ ସେବକ ରତ୍ନଭଣ୍ଡାରରେ ଥିବା ରସାୟନ ଖାଇଲେ ୧୫ ବର୍ଷ ପର୍ଯ୍ୟନ୍ତ ବିନା ଖାଦ୍ୟରେ ଯୁବକ ସୁଲଭ ଶକ୍ତି ପାଇବା କହିବା ଏବଂ ସେଠାରେ ସପ୍ତଫେଣୀ ଶେଷନାଗ ଭଣ୍ଡାର ଜଗିଥିବା ସର୍ବୋପରି ଜଣେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକଙ୍କର ରତ୍ନଭଣ୍ଡାରରେ ଥିବା ସୁଡ଼ଙ୍ଗ ସମ୍ପର୍କରେ ଦେଇଥିବା ବିବୃତିର ଉଦ୍ଦେଶ୍ୟ ମଧ୍ୟ ସମ୍ପୂର୍ଣ୍ଣ ରହସ୍ୟମୟ। ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେବା ପରେ ପୂର୍ବ ପ୍ରତିଶ୍ରୁତି ମତେ ରତ୍ନଭଣ୍ଡାର ଖୋଲିବା ପାଇଁ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ଗଠନ କରିଥିବା ତଦାରଖ କମିଟି ନିର୍ଦ୍ଧାରିତ ସମୟରେ ପଦକ୍ଷେପ ନେଇଥିଲେ ବି ପରବର୍ତ୍ତୀ ଘଟଣାବଳୀ ତାହାକୁ ଅଧିକ ରହସ୍ୟମୟ କରୁଛି। କମିଟି ସଦସ୍ୟମାନେ ବିସ୍ତାରଭାବେ ରତ୍ନଭଣ୍ଡାରରେ ଥିବା ରତ୍ନ ସମ୍ପର୍କରେ ତଥ୍ୟ ନ ଦେବାକୁ ଅଙ୍ଗୀକାରବଦ୍ଧ ହୋଇଥିଲେ ବି ବିଭିନ୍ନ ଗଣମାଧ୍ୟମରେ ସେମାନେ ଦେଇଥିବା ବିବୃତିରୁ ହିଁ ଏହା ସ୍ପଷ୍ଟ ହୋଇସାରିଛି। ରତ୍ନ ଭଣ୍ଡାର ବାହାରେ ତିନୋଟି କୋଲପ(ତାଲା) ଥିବାବେଳେ ଦୁଇଟିରେ ସିଲ୍‌ ନ ଥିବା ଦୁଇଟି ଚାବି ଥିବା ମଧ୍ୟ ରହସ୍ୟମୟ। ଚାବିରେ କୌଣସି କୋଲପ ନ ଫିଟିବା ଯେତିକି ରହସ୍ୟମୟ ଭଣ୍ଡାର ମେକାପ ଓ ଗଜପତିଙ୍କ ପାଖରେ ରହିଥିବା ଚାବି ସମ୍ପର୍କରେ ସାମାନ୍ୟ ସୂଚନା ନ ମିଳିବା ମଧ୍ୟ ତତୋଽଧିକ ରହସ୍ୟମୟ। ଜିଲାପାଳ ପୂର୍ବରୁ କେବଳ ଚାବି ଥିବା କହିଥିବା ବେଳେ ଟ୍ରେଜେରିରୁ ଆସିଥିବା ଚାବି ପ୍ୟାକେଟରେ ପୂର୍ବୋକ୍ତ ଦୁଇଟି ଚାବି ସହ ରତ୍ନଭଣ୍ଡାରରେ ଥିବା ରତ୍ନର ତାଲିକା ରହିଥିବା ମଧ୍ୟ ଅଧିକ ରହସ୍ୟମୟ। ଭଣ୍ଡାର ଘର ଚାବି ଯେତେବେଳେ ଭଙ୍ଗାଯାଏ ସେଇ ଘରେ ରହିଥିବା ଆସବାବପତ୍ର ବା ଭଣ୍ଡାର ସାମଗ୍ରୀକୁ ତତ୍କାଳ ଜଣେ ପ୍ରାଧିକୃତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲିକା କରିବାକୁ ନିର୍ଦ୍ଦିଷ୍ଟ ସରକାରୀ ନିୟମ ରହିଥିବା ବେଳେ ତାହା ଅନୁପାଳନ ନ ହେବା ସମ୍ପୂର୍ଣ୍ଣ ରହସ୍ୟମୟ। ସବୁଠାରୁ ଉଲ୍ଲେଖନୀୟ ଓ ତାତ୍ପର୍ଯ୍ୟପୂର୍ଣ୍ଣ ରହସ୍ୟ ହେଉଛି, ୧୯୭୮ ମସିହାରେ ତତ୍କାଳୀନ ରାଜ୍ୟପାଳଙ୍କ ନେତୃତ୍ୱରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେହି କମିଟିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲଥିଲେ। ରତ୍ନ ଭଣ୍ଡାରର ସାମଗ୍ରୀ ମଣତି ଗଣତି ପରେ ଯେଉଁ କାଠବାକ୍ସ ବା ଲୁହା ଆଲମିରାରେ ରଖାଯାଇଥିଲା ସେଥିରେ ନିଶ୍ଚିତ କୋଲପ ପଡ଼ିଥିବ। କିନ୍ତୁ ବର୍ତ୍ତମାନର ତଦାରଖ କମିଟି ଅନେକ ବାକ୍ସ ଓ ଆଲମିରାରେ ଚାବି ପଡ଼ି ନ ଥିବା ସହ ଗୋଟିଏ କାଠ ସିନ୍ଦୁକର ଚାବି ଭଙ୍ଗାଯାଇଥିବା କହିଛନ୍ତି। ତେଣୁ ରତ୍ନଭଣ୍ଡାରର ଏଭଳି ସ୍ଥିତିରେ ପୂର୍ବରୁ ରହିଥିବା ରତ୍ନର ସୁରକ୍ଷା ଓ ସ୍ଥିତି ସ୍ବତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପର୍ଯ୍ୟନ୍ତ ସମସ୍ତେ ରତ୍ନ ଭଣ୍ଡାରର ବାହାର ଚାବି ସମ୍ପର୍କରେ ଆଲୋଚନା କରୁଥିବା ବେଳେ ଭିତର ଆଲମିରା ଓ ବାକ୍ସର ଚାବି କଥା ଆଲୋଚନାକୁ ଆସିନାହିଁ। ତାହା ମଧ୍ୟ ନିଶ୍ଚିତ ରହସ୍ୟମୟ। ୁ ରତ୍ନଭଣ୍ଡାର ଖୋଲାଯାଇ ରତ୍ନଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲେ ବି ସେଇ ଖାତା ବା ତାଲିକା ସମ୍ପର୍କରେ କେହି ସୂଚନା ନ ଦେବା ସବୁଠାରୁ ରହସ୍ୟମୟ।

ହରିଶଙ୍କର ମିଶ୍ର
ଗୁଣ୍ଡିଚା ବିହାର, ପୁରୀ
ମୋ:୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭ୍ରମଣ ମଧ୍ୟରେ କିଛି ବିପଦ ଆଉ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଥିଲେ ତାହା ଏକ ନିଆରା ଅନୁଭବ ଦିଏ ବୋଲି କହନ୍ତି ମୁମ୍ବାଇର ନେହାଲ ଶାହା। ସେ...

ପଥୁରିବାଟିର ଚେତାବନୀ

ନବ୍ୟ ଆଧୁନିକତାର ପ୍ରବାହ ମଧ୍ୟରେ ପୁରୁଣା କାଳର ଯେଉଁ କେତେକ ଦ୍ରବ୍ୟ ବିସ୍ମୃତିର ଅତଳ ଗର୍ଭରେ ହଜିଯାଇଛି, ତନ୍ମଧ୍ୟରୁ ପଥୁରିବାଟି ବା ପଥରରେ ନିର୍ମିତ ବାସନ...

ଦୁଃସାହସିକ ଅଭିଯାତ୍ରୀ

କେତେତବେଳେ ଗୋଟେ ଚିନ୍ତାଧାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଦେବ, ସେଥିପାଇଁ ବୟସ କଦାପି ତାହା ନିର୍ଦ୍ଧାରଣ କରି ନ ଥାଏ। ନୂଆ କିଛି ପଦକ୍ଷେପ...

ଦକ୍ଷତାର ଅଭାବ

ଚଳିତ ମାସରେ ଦୁଇଟି ଶୀର୍ଷକ ସମ୍ବଳିତ ଖବର ପ୍ରକାଶ ପାଇଛି। ଗୋଟିଏ ହେଉଛି ‘ଟେରର ଫାଇନାନ୍ସିଂ(ଉଗ୍ରବାଦୀଙ୍କୁୁ ପାଣ୍ଠି ଯୋଗାଣ), ମନି ଲଣ୍ଡରିଂ (ଅର୍ଥ ହେରଫେର) ନିୟନ୍ତ୍ରଣ...

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri