Posted inଫୁରସତ

ରହସ୍ୟମୟ ନାଗାସାଧୁ: କରିଥାନ୍ତି ୧୭ ଶୃଙ୍ଗାର

ନୂଆଦିଲ୍ଲୀ: ବିବାହିତ ମହିଳାମାନେ ୧୬ ଶୃଙ୍ଗାର କରୁଥିବା ଆଲୋଚନା କରାଯାଏ। ମାନ୍ୟତା ରହିଛି, ଏହା କେବଳ ସୁନ୍ଦରତା ବଢ଼ାଇ ନ ଥାଏ ବରଂ ଭାଗ୍ୟ ସହିତ ମଧ୍ୟ ଏହାର ସମ୍ପର୍କ ରହିଛି। ହେଲେ ନାଗାସାଧୁମାନେ ମହିଳାଙ୍କଠାରୁ ଗୋଟିଏ ପାଦ ଆଗରେ। ସେମାନେ ୧୭ ଶୃଙ୍ଗାର କରିଥାନ୍ତି। ସ୍ବତନ୍ତ୍ର ପର୍ବପର୍ବାଣି ଏବଂ କାର୍ଯ୍ୟକ୍ରମରେ ଏମାନେ ଏଭଳି ଶୃଙ୍ଗାର କରି ଲୋକଲୋଚନକୁ ଆସିଥାନ୍ତି।

୨୦୨୧ରେ କରୋନା ସହିତ ଆଗକୁ ବଢୁଛି ଜୀବନ। ଏହି ପରିପ୍ରେକ୍ଷୀରେ ଜାନୁୟାରୀ ୧୪ ପବିତ୍ର ମକର ସଂକ୍ରାନ୍ତି ତିଥିରୁ ହରିଦ୍ୱାରରେ ଆରମ୍ଭ ହୋଇଛି କୁମ୍ଭମେଳା। ସାଧାରଣତଃ ୧୨ ବର୍ଷରେ ଥରେ ଏହି ପ୍ରସିଦ୍ଧ ମେଳାର ଆୟୋଜନ କରାଯାଇଥାଏ। ହେଲେ ଗ୍ରହନକ୍ଷତ୍ର ଗଣନାରୁ ଚଳିତ ଥର ଏହା ୧୧ ବର୍ଷରେ ପଡ଼ିଛି। କୁମ୍ଭମେଳାରେ ପବିତ୍ର ସ୍ନାନ ବ୍ୟତୀତ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି ନାଗାସାଧୁ। ନାଗାବାବାମାନେ ୧୭ ଶୃଙ୍ଗାର ସହିତ କୁମ୍ଭମେଳାର ମହାନ୍‌ ପର୍ବରେ ସାମିଲ ହୋଇଥାନ୍ତି। ଶରୀରରେ ବିଭୂତି, ଚନ୍ଦନ, ହାତ ଓ ପାଦରେ କଡ଼ା, ମୁଦି, କମରପଟି, କୁଣ୍ଡଳ, ଲଙ୍ଗୋଟ, କମଣ୍ଡଳୁ, ଡମ୍ବରୁ, ଜଟା ପ୍ରସାଧନ, ତିଳକ, କଜଳ, ରୁଦ୍ରାକ୍ଷମାଳା, ତ୍ରିଶୂଳ, ବାଜୁବନ୍ଧ, ନୋଥ ଆଦି ଧାରଣ କରିଥାନ୍ତି। ଦୀକ୍ଷା ଗ୍ରହଣ ପରେ ଏସବୁ ସାମଗ୍ରୀ ନାଗାବାବାଙ୍କ ଜୀବନର ଅଂଶବିଶେଷ ହୋଇଯାଏ। ପବିତ୍ର ସ୍ନାନ ପୂର୍ବରୁ ସେମାନେ ସଜ୍ଜିତ ହୋଇଥାନ୍ତି, ନଚେତ୍‌ ଏହି ସ୍ନାନପର୍ବ ଅଧୁରା ବୋଲି ବିବେଚନା କରାଯାଏ।

ବିଭୂତି ନାଗାସାଧୁଙ୍କ ଜୀବନର ଅଭିନ୍ନ ଅଙ୍ଗ। ନିବସ୍ତ୍ର ହୋଇ ସେମାନେ ସାରା ଶରୀରରେ ବିଭୂତି ବୋଳିହୋଇଥାନ୍ତି। ସାଧାରଣତଃ ବିଶ୍ୱାସ ରହିଛି ଯେ, ଏହି ବିଭୂତି ମୃତଦେହ ସଂସ୍କାର ପରେ ବଳିଯାଉଥିବା ପାଉଁଶ। ହେଲେ ଏହା ଶତ ପ୍ରତିଶତ ସତ୍ୟ ନୁହେଁ। ବିଭୂତି ପ୍ରସ୍ତୁତ କରିବା ଏକ ଜଟିଳ ପ୍ରକ୍ରିୟା। ଯଜ୍ଞକୁଣ୍ଡରେ ଅଶ୍ୱତ୍‌ଥ, ବେଲ, କଦଳୀ, ଗାଈ ଗୋବର ସହିତ ଅନ୍ୟ କେତେକ ଉପାଦାନ ମିଶାଇ ପାଉଁଶ ପ୍ରସ୍ତୁତ କରାଯାଇଥାଏ। ଏହାକୁ କପଡ଼ାରେ ଛଣାଯାଇଥାଏ। କଞ୍ଚା କ୍ଷୀର ମିଶାଇ ଏହାକୁ ଲଡୁ ଆକୃତିର କରାଯାଏ। ଏହାକୁ ଅଗ୍ନିରେ ଶୁଦ୍ଧୀକରଣ କରାଯାଏ। କଞ୍ଚାକ୍ଷୀରରେ ଅଗ୍ନି ନିର୍ବାପନ ପରେ ବିଭୂତି ପ୍ରସ୍ତୁତ ହୋଇଥାଏ। ନାଗାସାଧୁଙ୍କ ମତରେ ବିଭୂତି ହିଁ ବସ୍ତ୍ର। ତେଣୁ ସେମାନେ ସର୍ବାଙ୍ଗ ଶରୀରରେ ଏହାର ପ୍ରଲେପ ଲଗାଇଥାନ୍ତି।
ନାଗାସାଧୁଙ୍କ ମଣ୍ଡଳୀରେ ପ୍ରବେଶ କରିବା ମଧ୍ୟ ଏତେ ସହଜ ନୁହେଁ। ଏଥିଲାଗି ଜଣଙ୍କୁ କଠୋର ବ୍ରତ କରିବାକୁ ପଡ଼ିଥାଏ। ଦୀକ୍ଷାର ଶେଷ ପର୍ଯ୍ୟାୟରେ ସାଧୁ ନିଜର ପିଣ୍ଡଦାନ କରିଥାନ୍ତି। ଜୀବନ-ମରଣ, ମୋହ-ମାୟା ଭଳି ସାଂସାରିକ ବନ୍ଧନରୁ ମୁକ୍ତି ଲାଗି ଏହା ଏକ ପ୍ରତୀକ। ଇନ୍ଦ୍ରିୟ ନିୟନ୍ତ୍ରଣ ସେମାନଙ୍କ ଦୀକ୍ଷାର ପ୍ରମୁଖ ଅଙ୍ଗ। କାମନା ବାସନାରୁ ମୁକ୍ତ ହେବା ପରେ ହିଁ ଜଣେ ନାଗାସାଧୁ ଭାବେ ବିବେଚିତ ହୋଇଥାନ୍ତି। ପୂର୍ବରୁ ନାଗାମଣ୍ଡଳୀରେ କେବଳ ପୁରୁଷଙ୍କ ଲାଗି ଅନୁମତି ଥିଲା। ଏବେ ଏଥିରେ ମହିଳାମାନେ ମଧ୍ୟ ସାମିଲ ହେଲେଣି। ଉଭୟଙ୍କ ଦୀକ୍ଷା ସମାନ। କେବଳ ମହିଳାଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବାକୁ ଅନୁମତି ମିଳିଥାଏ। ବର୍ତ୍ତମାନ ବିଦେଶୀ ମହିଳାମାନେ ମଧ୍ୟ ନାଗାସାଧୁ ମଣ୍ଡଳୀରେ ନଜର ଆସୁଛନ୍ତି। ତେବେ କେଉଁ ପରିସ୍ଥିତିରେ ସେମାନେ ସାଧ୍ୱୀ ସାଜୁଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri