ପୁଣି ପ୍ରେମରେ ପଡିଛନ୍ତି ହ୍ରିତିକ ରୋଶନ,ଗର୍ଲଫ୍ରେଣ୍ଡଙ୍କ ସହ ଭିଡିଓ ଭାଇରାଲ

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ଯୁବତୀଙ୍କ ହାତ ଧରି ବାହାରୁଥିବାର ସେ ନଜର ଆସିଥିଲେ। ଏବେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ହ୍ରିତିକ ରୋଶନ ଏବଂ ତାଙ୍କ ସାଙ୍ଗରେ ଥିବା ଯୁବତୀ ମାସ୍କ ପିନ୍ଧିଥିଲେ। ଏହି କାରଣରୁ ଯୁବତୀ ଜଣଙ୍କ ପ୍ରକୃତରେ କିଏ ତାହା ଜଣାପଡିନାହିଁ। ତେବେ ଭିଡିଓ ଦେଖିବା ପରେ ଲାଗୁଛି ଯେ ଫଟୋଗ୍ରାଫରମାନେ ସେଠାରେ ରହିବା ଏବଂ ଫଟୋ ଉଠାଇବାରେ ହ୍ରିତିକଙ୍କର କୌଣସି ଅସୁବିଧା ନାହିଁ। ହ୍ରିତିକ ରେଷ୍ଟୁରାଣ୍ଟରୁ ବାହାରି ସିଧା ତାଙ୍କ କାର ଆଡକୁ ଗଲେ କିନ୍ତୁ ଫଟୋଗ୍ରାଫରମାନଙ୍କୁ ଦେଖିବା ପରେ ସେ ସେଠାରେ ଅଟକି ଗଲେ। ରୋଚକକଥା ହେଉଛି ଫଟୋଗ୍ରାଫର୍‌ଙ୍କୁ ଦେଖିବା ପରେ ମଧ୍ୟ ହ୍ରିତିକ ଶେଷ ପର୍ଯ୍ୟନ୍ତ ଯୁବତୀଙ୍କ ହାତ ଧରିଥିଲେ। ହ୍ରିତିକ ଯୁବତୀଙ୍କୁ ପ୍ରଥମେକାରରେ ବସିବାରେ ସାହାଯ୍ୟ କରିଥିଲେ ଏବଂ ପରେ ସେ ମଧ୍ୟ ସମାନ କାରରେ ବସି ସେଠାରୁ ଚାଲି ଯାଇଲେ। ଚର୍ଚ୍ଚା ଅନୁଯାୟୀ ହ୍ରିତିକ୍‌ ଲେଖିକା ସବା ଆଜାଦଙ୍କୁ ଡେଟ କରୁଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କ ସବା ବୋଲି କୁହାଯାଉଛି।
ହ୍ରିତିକ ରୋଶନ ଦୀର୍ଘ ଦିନ ଧରି ତାଙ୍କ ସହ ପ୍ରେମସମ୍ପର୍କ ରଖିବା ପରେ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ସନ୍ତାନ ଅଛନ୍ତି। କିନ୍ତୁ ଦୁହେଁ ୨୦୧୪ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ସୁଜାନେ ଅଭିନେତା ଅର୍ସଲାନ ଗୋନିଙ୍କୁ ଡେଟ୍‌ କରୁଛନ୍ତି।

Share