ଝରାଫୁଲ ମୃତ୍ୟୁ ରହସ୍ୟ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରେମିକ ରାକେଶ

ଭୁବନେଶ୍ୱର,୩।୨(ବ୍ୟୁରୋ) : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ଭୁବନେଶ୍ୱରରେ ପହଞ୍ଚିଛି ଯାଜପୁର ପୋଲିସ। ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କୁ ସାଙ୍ଗରେ ଆଣି ଖୋଳତାଡ଼ ଆରମ୍ଭ କରିଛି। ଯାଜପୁର ଏସ୍‌ଡିପିଓଙ୍କ ସମେତ ଧର୍ମବିହାରସ୍ଥିତ ଗେଷ୍ଟ୍‌ହାଉସରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ସୂଚନାଯୋଗ୍ୟ ଗତ ଜାନୁୟାରୀ ୨୬ ତାରିଖରେ ରମାଦେବୀ ଛାତ୍ରୀ ଝରାଫୁଲ ଗାଁକୁ ଯିବା ପାଇଁ ବସ୍‌ରେ ବସିବା ପରେ ପରିବାର ଲୋକଙ୍କ ସହ ଆଉ ସମ୍ପର୍କ କରି ନ ଥିଲେ। ପ୍ରେମିକ ରାକେଶଙ୍କ ସହ ଦିନରେ ବୁଲାବୁଲି କରିବା ପରେ ରାତିରେ ଗେଷ୍ଟହାଉସରେ ରହିଥିଲେ। ୨୭ ତାରିଖ ସକାଳେ ନିଜ ସହଯୋଗୀଙ୍କ ସହ ମିଶି ଝରାଫୁଲଙ୍କ ମୃତଦେହ ମୟୂରଭଞ୍ଜ ନେଉଥିବା ବେଳେ ଯାଜପୁରଠାରେ ଫିଙ୍ଗି ଚାଲି ଆସିଥିଲେ।

Share