ଧିରେ ଧିରେ ଖୋଲିବ ରତ୍ନଭଣ୍ଡାର ରହସ୍ୟ: ମନ୍ଦିର ଭିତରକୁ ଗଲେ ଯାଞ୍ଚ ଟିମ୍‌

ପୁରୀ,୧୪।୭: ଶ୍ରୀମନ୍ଦିର ଭିତରକୁ ରତ୍ନଭଣ୍ଡାର ଯାଞ୍ଚ ଟିମ୍‌   ବର୍ତ୍ତମାନ ପ୍ରବେଶ କରିଛନ୍ତି।
କମିଟିର ସଦସ୍ୟମାନେ ପାରମ୍ପରିକ ପୋଷାକରେମନ୍ଦିର ଭିତରକୁ ଯାଇଛନ୍ତି । ତେବେ ପ୍ରଥମେ ପତିତପାବନଙ୍କ ପାଖରେ ପୂଜାର୍ଚ୍ଚନ କରିବା ପରେ, ଟିମ୍‌ ମନ୍ଦିର ଭିତରେ ପ୍ରବେଶ କରଛି ।
କେବଳ ସେତିକି ନୁହେଁ, ରତ୍ନଭଣ୍ଡାର ଭିତରକୁ ବଡ଼ ବଡ଼ ସିନ୍ଦୁକ ମଧ୍ୟ ନିଆଯାଇଛିି । ଏହାସହ କଟର୍‌ ମେଶିନ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛି । ତେବେ ମିଳିଥିବା ସୂଚନାଅନୁଯାୟୀ, ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି  ହେବନାହିଁ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ସହିତ ଯାଞ୍ଚ କରାଯିବ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ରତ୍ନଭଣ୍ଡାରକୁ ଷ୍ଟ୍ରଙ୍ଗରୁମକୁ ସିଫ୍ଟ କରିବା ସହ ରତ୍ନଭଣ୍ଡାରର ମରାମତି ହେବ ବୋଲି ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
Share