ଆଜି ପ୍ରକାଶ ପାଇବ ନାକ୍‌ ରିପୋର୍ଟ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା ସୋମବାର ନାକ ରିପୋର୍ଟ ପ୍ରକାଶ ପାଇବ। ରାଜ୍ୟରେ ମୋଟ ୧୧୦୦ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଥିବାବେଳେ ସେଥିରୁ ୨୮୦ଟି ନାକ୍‌ ସ୍ବୀକୃତିପ୍ରାପ୍ତ ଅଛି। ଉକ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକର ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। କରୋନା ମହାମାରୀ ଯୋଗୁ ବିଳମ୍ବରେ ଏହି ରିପୋର୍ଟ ପ୍ରକାଶ ପାଇବ। ନାକ୍‌ ଅଧୀନରେ ରହିଥିବା ସରକାରୀ ଏବଂ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କେଉଁଥିରେ କିଏ ଶିକ୍ଷାଦାନ, ଶିକ୍ଷାଗ୍ରହଣ ନେଇ ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ ହୋଇଛି। ଏନେଇ ଏକ ପୁସ୍ତକ ପ୍ରସ୍ତୁତ କରାଯାଇଛି। ଏଥିରେ ଓଡିଶାର ଇତିହାସ ନେଇ ବିଭିନ୍ନ ବିଷୟବସ୍ତୁ ଥିବାବେଳେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ କ୍ଷେତ୍ରରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କେଉଁଠି ଭୁଲ୍‌ ରହିଛି ତା’ଉପରେ ତଥ୍ୟ ସଂଗୃହିତ କରି ରଖାଯାଇଛି। ମୁଖ୍ୟତଃ ୭ଟି ବିଷୟ ଉପରେ ଆଧାରିତ ପଏଣ୍ଟକୁ ନେଇ ର଼୍ୟାଙ୍କିଙ୍ଗ୍‌ ଦିଆଯାଏ। ଏନେଇ ବାହାରୁ ନାକ୍‌ର ଦୁଇଜଣ ଅଧିକାରୀ ଓଡିଶା ଆସିଥିବା ଜଣାପଡିଛି।

Share