ଯାଜପୁର ଅଫିସ/ବରୀ,୧୮ା୨(ଡି.ଏନ୍.ଏ.): ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱ ଅନ୍ୟାସୀପୁର ଠାରେ ଶୁକ୍ରବାର ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ବୟସ ୨୦/୨୧ ହେବ ବୋଲି ଅନୁମାନ କରାଯାଉଛି। ପାରିପାର୍ଶ୍ୱିକ ଅବସ୍ଥା ଓ ମୃତ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରାଯାଇଥିବା ସ୍ପଷ୍ଟ ଭାବେ ଜଣା ପଡ଼ୁଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅଦ୍ୟାବଧି ପରିବାର ପକ୍ଷରୁ ବରୀ ରାମଚନ୍ଦ୍ରପୁର ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ। ସୂଚନା ମୁତାବକ ମୃତ ଯୁବତୀ ଜଣଙ୍କ ସ୍ଥାନୀୟ ଅନ୍ୟାସୀପୁର ଅକ୍ଷୟ ରଣାଙ୍କ ଝିଅ।