ଉଲଗ୍ନ ଅବସ୍ଥାରେ ବୁଲୁଥିବା ମା’ଝିଅ ଗଲେ ଘରକୁ

ସୁନ୍ଦରଗଡ଼,୧୦।୧୦ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅ ତାଙ୍କ ଘର  ଛତିଶଗଡ଼ ଫେରିଛନ୍ତି । ମଙ୍ଗଳବାର ସକାଳେ ଆସ୍ଥା ଗୃହରୁ ବିଧି ବ୍ୟବସ୍ଥା ଅନୁସାରେ ଜିଲା ପ୍ରଶାସନ ପରିବାରକୁ ହସ୍ତାନ୍ତର କରିଛି । ଛତିଶଗଡ଼ ଆସିଥିବା ପରିବାର ଲୋକଙ୍କ ସହ ସେମାନେ ଘରକୁ ଯାଇଛନ୍ତି ।
ସେମାନଙ୍କ ଘର ଛତିଶଗଡ଼ ଯଶପରା ଥାନା ଅନ୍ତର୍ଗତ ତୁମଲା ଥାନା ଖାରିବାରିରେ। ସୋମବାର ଟାଉନ ଥାନାରେ ମହିଳାଙ୍କ ଯାଆ ଓ ସାନ ଝିଅ ପହଞ୍ଚି ପରିଚୟ ଦେବା ସହ ଉଭୟଙ୍କ ମାନସିକ ସ୍ଥିତି ଠିକ ନଥିବା କହିଥିଲେ। ଭୋରରୁ ପରିବାର ସହ ମାଆଝିଅ ନିଜ ଗାଁ ଅଭିମୁଖେ ଯାତ୍ରା କରିଛନ୍ତି।
Share