କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ, ଫେରିଗଲେ ଅଭିଯୋଗକାରୀ

କେସିଙ୍ଗା,୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନାମରେ ଦୀର୍ଘ ୨୮ ଦିନ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ସରପଞ୍ଚ ଓ ସମିତିସଭ୍ୟା/ସଭ୍ୟ ଗୁପ୍ତାବାସରେ ଥିଲେ। ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ପାଇଁ ବ୍ଲକର ୧୮ ଜଣ ସରପଞ୍ଚ , ୧୭ଜଣ ସମିତି ଓ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସହ ୩୬ଜଣ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ପହଞ୍ଚିଥିଲେ। ସାଢ଼େ ବାରଟାରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁପ୍ତ ଭୋଟ୍‌ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ପ୍ରାଧିକୃତ ଅଧିକାରୀ ଅତିରିକ୍ତ ଉପଜିଲାପାଳ ଜୟଦେବ ଦାଶ ଯୋଗଦେଇନ ଥିଲେ। ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ ନେତୃତ୍ୱରେ ଦୀର୍ଘ ୨୮ ଧରି ଗୁପ୍ତାବାସରେ ରହିଥିଲେ। କିନ୍ତୁ ଉପାଧ୍ୟକ୍ଷାଙ୍କ ସପକ୍ଷରେ ୩୭ଜଣ ଆବଶ୍ୟକତା ଥିବା ବିଧାୟକଙ୍କ ସମେତ ୩୬ ଜଣ ହୋଇଥିଲେ।

ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ପ୍ରଶାନ୍ତି ପ୍ରଧାନ ତହସିଲଦାରଙ୍କୁ ପଚାରିବାରୁ ଅତିରିକ୍ତ ଜିଲାପାଳଙ୍କ ସ୍ତ୍ରୀ ଦେହ ଅସୁସ୍ଥ ଅଛି। ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଆଜି ସନ୍ଧ୍ୟାରେ ପୁଣି ନୋଟିସ୍‌ ପ୍ରକାଶ କରାଯିବ ବୋଲି ପ୍ରକାଶ କରିଥିଲେ।

Share