ପ୍ରକଳ୍ପ ମରାମତି ନାଁରେ ଚାଲିଛି ଅପବ୍ୟୟ

ନୟାଗଡ଼,୧୬।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି । ଅଚଳ ପ୍ରକଳ୍ପକୁ ସଚଳ କରିବାକୁ ବର୍ଷକୁ ୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଚାଷ ଜମିକୁ ପାଣି ଯୋଗାଇବାରେ ସକ୍ଷମ ହୋଇ ପାରୁନି। ଚାଷୀଙ୍କ ନାଁରେ ଉଠାଜଳସେଚନ ବିଭାଗର କେତେଜଣ କର୍ମଚାରୀ ଓ ଅଧିକାରୀ ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ମରାମତି ନାଁରେ କେବଳ ଅପବ୍ୟୟ ଚାଲିଛି। ଉଠାଜଳସେଚନ ବିଭାଗ ଟାର୍ଗେଟ ପୂରଣ କରି ଲାଭବାନ ହେଉଛି। ଏହି ପରିପ୍ରେକ୍ଷୀରେ ଦେଖିଲେ ଉଠାଜଳସେଚନ ବିଭାଗର କାର୍ଯ୍ୟ ସନ୍ଦେହ ଘେରରେ ରହିଛି। ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବ। ସରକାର କୃଷି ଓ କୃଷକଙ୍କ ପାଇଁ ବାର୍ଷିକ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ପାଣିରେ ପଡୁଛି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଚାଷୀଙ୍କ ଜମିକୁ ଜଳସେଚନରେ ସୁବିଧା ପାଇଁ ଜିଲାରେ ଉଠାଜଳସେଚନ ବିଭାଗ ପକ୍ଷରୁ ୬୩୫ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ରହିଛି। ସେଥିରୁ ନୟାଗଡ଼ ବ୍ଲକରେ ୮୮, ଓଡ଼ଗାଁ ବ୍ଳକରେ ୯୯, ଖଣ୍ଡପଡ଼ା ବ୍ଳକରେ ୧୩୪, ଭାପୁର ବ୍ଲକରେ ୬୭, ଗଣିଆ ବ୍ଲକରେ ୫୨, ଦଶପଲ୍ଲା ବ୍ଲକରେ ୪୬, ନୂଆଗାଁ ବ୍ଲକରେ ୭୯, ରଣପୁର ବ୍ଲକରେ ୭୦ ରହିଛି । ଏହି ପ୍ରକଳ୍ପ ଦ୍ୱାରା ୧୪ ହଜାର ୪୭୮ ଜମିରେ ଜଳସେଚିତ ହୋଇ ପାରିବ ବୋଲି ଉଠାଜଳସେଚନ ବିଭାଗ ପକ୍ଷରୁ କୁହାଯାଉଛି । ତେବେ ଉପରୋକ୍ତ ପ୍ରକଳ୍ପରୁ ନୟାଗଡ ବ୍ଲକରେ ୨୧, ଓଡ଼ଗଁା ବ୍ଳକରେ ୧୫, ଖଣ୍ଡପଡା ବ୍ଳକରେ ୩୯, ଭାପୁର ବ୍ଳକରେ ୨୩, ଗଣିଆ ବ୍ଲକରେ ୨୩, ଦଶପଲ୍ଲା ବ୍ଲକରେ ୧୦, ନୂଆଗାଁ ବ୍ଳକରେ ୨୩, ରଣପୁର ବ୍ଲକରେ ୨୦ ପ୍ରକଳ୍ପ ଅଚଳ ଅଛି ବୋଲି ସରକାରୀ ରେକର୍ଡ କୁହୁଛି । କିନ୍ତୁ ଗ୍ରାଉଣ୍ଟ ଜିରୋ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ପ୍ରାୟ ୧୦୦ ପ୍ରକଳ୍ପ ସଚଳ ଅଛି ବୋଲି ଜଣାପଡିଛି । ଏଣୁ ସରକାରୀ ରେକର୍ଡ ଅନୁସାରେ ୧୭୪ ପ୍ରକଳ୍ପ ଅଚଳ ପାଇଁ ୪୯୨୫ ହେକ୍ଟର ଜମିରେ ଜଳ ମାଡି ପାରୁନାହିଁ । ଏଭଳି ସ୍ଥଳେ ଅଚଳ ପ୍ରକଳ୍ପକୁ ସଚଳ କରିବା ପାଇଁ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୪୧ଟି ପ୍ରକଳ୍ପର କାମ ଆରମ୍ଭ କରିଥିଲେ । ଏଥିରୁ ୩୭ଟି ପ୍ରକଳ୍ପକୁ ସଚଳ କରାଯାଇ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି ବୋଲି ଉଠାଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି । ଅଚଳ ପ୍ରକଳ୍ପକୁ ମରାମତି ପାଇଁ ୭କୋଟି ୭୦ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ପୁଣି ୩୨ ଅଚଳ ପ୍ରକଳ୍ପକୁ ମରାମତି ପାଇଁ ୬କୋଟି ୪୯ ଲକ୍ଷ ୭୦ ହଜାର ମଞ୍ଜୁର ହୋଇଛି । ଏଥିରୁ ମାତ୍ର ଗୋଟିଏ ପ୍ରକଳ୍ପ ସଚଳ ହୋଇଥିବାବେଳେ ଅନ୍ୟ ଗୁଡିକର କାମ ଚାଲୁ ରହିଛି । ଚାଷୀଙ୍କ ହିତ ପାଇଁ କାମ କରୁଥିବା ଉଠାଜଳସେଚନ ବିଭାଗର କାର୍ଯ୍ୟଧାରକୁ ଅନୁଧ୍ୟାନ କଲେ ପ୍ରକଳ୍ପଗୁଡିକ କାହିଁକି ନିର୍ମାଣ ହେଉଛି ବୋଲି ପ୍ରଶ୍ନ ଉଠୁଛି । ଚାଷୀଙ୍କ କାମରେ ଯଦି ପ୍ରକଳ୍ପ କାମରେ ଲାଗୁନି ତେବେ ବାରମ୍ବାର ପ୍ରକଳ୍ପକୁ ମରାମତି କାହିଁକି କରାଯାଉଛି । ମରାମତି ପରେ ପ୍ରକଳ୍ପ କେତେଦୂର କାର୍ଯ୍ୟ କରୁଛି ଜିଲା ପରିଷଦର ଏକ ଟିମ୍‌ ଯାଇ ଅନୁଧ୍ୟାନ କରିବା ପେ ର ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଏ ନେଇ ଗଣିଆର ମକରନ୍ଦ ପ୍ରଧାନ, ନୂଆଗାଁର ବଦ୍ରି ନାରାୟଣ ନାୟକ, ଦଶପଲ୍ଲାର କାମାକ୍ଷା ସାହୁ, ନୟାଗଡ଼ର ରାମଚନ୍ଦ୍ର ନାୟକ କୁହନ୍ତି, ଉଠାଜଳସେଚନ ବିଭାଗ ପକ୍ଷରୁ ନୂଆ ପ୍ରକଳ୍ପ ନିର୍ମାଣ ଓ ପୁରୁଣା ପ୍ରକଳ୍ପ ମରାମତିକୁ ଗୁରୁତ୍ୱ ଦିଆଯାଉଛି । ଚାଷୀ ଉପକୃତ ହୁଅନ୍ତ କି ନାହିଁ ସେଥିପ୍ରତି ଲକ୍ଷ୍ୟ ନାହିଁ । ଜିଲା ପରିଷଦ ବୈଠକରେ କେବଳ ତଥ୍ୟ ଦେଇ ସବୁ କିଛି ଠିକ୍‌ ଚାଲିଛି ବୋଲି କୁହାଯାଉଛି । ଜିଲା ପରିଷଦ ବୈଠକରେ ଚାଷୀର ସମସ୍ୟା ନେଇ କେବଳ ଆଲୋଚନା ନ କରି ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରାଗଲେ ବିଭାଗ କେତେଦୂର କାର୍ଯ୍ୟ କରୁଛି ତାହା ସ୍ପଷ୍ଟ ହୋଇଯିବ ବୋଲି ସେମାନେ ସୂଚନା ଦେଇଛନ୍ତି । ନୟାଗଡ଼ ଉଠାଜଳସେଚନ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ଦାସ କୁହନ୍ତି, ଚାଷୀଙ୍କ ହିତ ପାଇଁ ବିଭାଗ କାର୍ଯ୍ୟ କରୁଛି । ଅଚଳ ପ୍ରକଳ୍ପ ମରାମତି ପାଇଁ ସରକାର ଯୋଗାଉଥିବା ଅନୁଦାନ ଠିକରେ ଖର୍ଚ୍ଚ ହେଉଛି। ଚାଷୀଙ୍କ କିଛି ଅସୁବିଧା ଥିଲେ ସେମାନେ ସେମାନଙ୍କ ସମସ୍ୟା ଅବଗତ କରାଇ ସମାଧାନ କରାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri