Advertisement

କେନ୍ଦ୍ରାପଡ଼ା, ୨୫ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ନବଜନ୍ମିତ ୩ ଶିଶୁଙ୍କ ନାମ ଚନ୍ଦ୍ରୟାନ ରଖାଯାଇଛି। ଏହାକୁ ନେଇ ଶିଶୁଙ୍କ ମାତାପିତା ଗର୍ବ ଅନୁଭବ କରିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆନନ୍ଦ ପ୍ରକାଶ ପାଇଛି। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଭାରତର ଚନ୍ଦ୍ର ଅଭିଯାନରେ ଥିବା ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ ପହଞ୍ଚତ୍ ଥିଲା। ଏହାର ଠିକ୍‌ କିଛି ମିନିଟ୍‌ ମଧ୍ୟରେ ଡେରାବିଶ ବ୍ଲକ ଆରିପଦା ଗ୍ରାମର ପ୍ରସୂତି ରାନୁ ମଲ୍ଲିକଙ୍କ ଏକ ପୁତ୍ର ସନ୍ତାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଥିଲା। ପରେ କେନ୍ଦ୍ରାପଡ଼ା ବ୍ଲକ ଘାଘରା ଗ୍ରାମର ଗାୟତ୍ରୀ ମଲ୍ଲିକ ଓ ଗରଦପୁର ବ୍ଲକ କୋରୁଆ ଗ୍ରାମର ଅନିତା ସାହୁଙ୍କର ସନ୍ତାନ ଏହିଠାରେ ଜନ୍ମ ହୋଇଥିଲା। ଏହି ୩ ଶିଶୁଙ୍କ ଅଭିଭାବକ ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରୟାନ- ୩ ଯାନ ପହଞ୍ଚତ୍ ଥିବା ଏହାକୁ ମନେ ରଖିବା ପାଇଁ ସନ୍ତାନଙ୍କ ନାମ ଚନ୍ଦ୍ରୟାନ ରଖିଛନ୍ତି। ଏ ସମ୍ପର୍କରେ ରାନୁଙ୍କ ସ୍ବାମୀ ପ୍ରଭାତ କହିଛନ୍ତି, ତାଙ୍କର ଡାକ ନାମ ଜହ୍ନ। ଜହ୍ନରେ ଚନ୍ଦ୍ରୟାନ ପହଞ୍ଚତ୍ ଥିବାରୁ ଏହାକୁ ଏକ ସଂଯୋଗ ଭାବି ପୁଅର ନାମ ଚନ୍ଦ୍ରାୟନ ରଖାଯାଇଛି। ଜିଲା ଚିକିତ୍ସା ଅଧିକାରୀ ଡା. ଗୋପାଳ ଚନ୍ଦ୍ର ପ୍ରହରାଜ କହିଛନ୍ତି, ଚନ୍ଦ୍ରାୟନ-୩ ଚନ୍ଦ୍ର ପୃଷ୍ଠରେ ପହଞ୍ଚତ୍ବା ଦେଶ ତଥା ପୃଥିବାବାସୀଙ୍କ ପାଇଁ ବଡ ଉପଲବ୍ଧି। ଏହି ସମୟରେ ମୁଖ୍ୟ ଚିକିତ୍ସାଳୟର କତ୍ତବ୍ୟରତ ଡାକ୍ତରମାନେ ୩ଟି ସନ୍ତାନ ପ୍ରସବ କାର୍ଯ୍ୟରେ ସହଯୋଗ କରିଛନ୍ତି। ଅଭିଭାବକମାନେ ନିଜର ସନ୍ତାନଙ୍କ ନାମ ଚନ୍ଦ୍ରୟାନ ରଖିଥିବା ଜାଣି ଡାକ୍ତର ସମୂହ ଖୁସି ଅନୁଭବ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share