ପଲ୍ ଭି ପୁରୀ ଏବଂ ସୁରଭିି ଜ୍ୟୋତି ଏକତା କପୁରଙ୍କ ସିରିୟଲ ‘ନାଗିନ’ରେ ଏକାଠି କାମ କରିଥିଲେ। ନାଗିନର ପ୍ରତ୍ୟେକ ସିଜିନ୍ଠାରୁ ତୃତୀୟ ସିଜିନ୍ ସବୁଠାରୁ ସଫଳ ହୋଇଥିଲା । ଶୋ’ରେ ଏହି ଦୁଇଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଭଲ ଲାଗିଥିଲା। ପଲ୍ ମାହୀର ଭୂମିକାରେ ଅଭିନୟ କରିଥିଲେ ଏବଂ ସୁରଭିି ବେଲା ଭୂମିକାରେ । ତାଙ୍କ ଯୋଡି ଏତେ ହିଟ୍ ଥିଲା ଯେ, ଶୁଣିବାକୁ ମିଳିଲା ଦୁହେଁ ବାସ୍ତବ ଜୀବନରେ ମଧ୍ୟ ପରସ୍ପରକୁ ଡେଟ କରୁଛନ୍ତି ।ତେବେ ସୁରଭିି ଏହି ଖବର ଉପରେ ନୀରବତା ଭାଙ୍ଗି ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ, ’ମୁଁ ଏବଂ ପଲ୍ ପରସ୍ପରକୁ ଡେଟ କରୁନାହୁଁ। ଆମେ ପରସ୍ପରର ବହୁତ ଭଲ ବନ୍ଧୁ ଏବଂ ସର୍ବଦା ରହିବୁ । ଯେତେବେଳେ ପଲ୍ ବଳାତ୍କାର ଅଭିଯୋଗରେ ଫସିଥିଲେ ସେତେବେଳେ ସୁରଭିି ତାଙ୍କ ସମର୍ଥନରେ ବାହାରିଥିଲେ ।
Posted inମନୋରଞ୍ଜନ