ଭୁବନେଶ୍ୱର,୨୨।୭(ବ୍ୟୁରୋ): ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲେ ଗାଁ। ସମ୍ବଲପୁର ଜିଲା ବାମରା ବ୍ଲକର ବିଲୁଙ୍ଗ ଗାଁକୁ ‘ରଙ୍ଗବତୀ ବିଲୁଙ୍ଗ’ ଗାଁ ନାମରେ ନାମିତ କରାଯାଇଛି। ଏନେଇ ବୁଧବାର ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ହେଉଛି ବିଲୁଙ୍ଗ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗ୍ରୀନ୍ ସିଗ୍ନାଲ୍ ପରେ ନାଁ ବଦଳିଥିବା ଜଣାପଡ଼ିଛି।