ଭାରତ ପରେ ଏବେ ଏହି ଦେଶରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌ ଉପରେ ଲାଗିପାରେ ପ୍ରତିବନ୍ଧକ: ସଙ୍କେତ ଦେଲେ ବର୍ହିବ୍ୟାପାର ମନ୍ତ୍ରୀ

ଓ୍ବାଶିଂଟନ,୭।୭: ଭାରତ ସରକାରଙ୍କ ଦ୍ୱାରା ଟିକ୍‌ଟକ୍‌ ସହିତ ୫୯ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ସାରା ବିଶ୍ୱରେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଆମେରିକାର ବର୍ହିବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ମଙ୍ଗଳବାର ଏନେଇ ଟୁଇଟ କରି ଜଣାଇଛନ୍ତି। ସେ କହିଛନ୍ତି, ଆମେରିକା ସରକାର ମଧ୍ୟ ଲୋକପ୍ରିୟ ଟିକ୍‌ଟକ୍‌ ସହିତ ଅନ୍ୟ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଷ୍ଟ୍ରେଲିଆ ମଧ୍ୟ ଟିକ୍‌ଟକ୍‌ ସହିତ ଅନ୍ୟ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି କହିସାରିଛି। ଚାଇନାର ସୋସିଆଲ ମିଡିଆ ଆପ୍‌ ଦ୍ୱାରା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ୟୁଜର୍ସଙ୍କ ତଥ୍ୟ ଚାଇନାକୁ ଦିଆଯାଉଛି ବୋଲି ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟ ମାନିଛନ୍ତି। ଅଷ୍ଟ୍ରେଲିଆରେ ଟିକ୍‌ଟକ୍‌ର ୧୬ଲକ୍ଷ ୟୁଜର୍ସ ରହିଛନ୍ତି। ସୂଚନା ମୁତାବକ ଟିକ୍‌ଟିକ୍‌ର ସାରା ବିଶ୍ୱରେ କୋଟି କୋଟି ୟୁଜର୍ସ ରହିଛନ୍ତି। କେବଳ ଭାରତରେ ଟିକ୍‌ଟକ୍‌ର ୨୦କୋଟି ୟୁଜର୍ସ ରହିଥିଲେ। ଦେଶରେ ଏହି ଆପ୍‌ ବନ୍ଦ ହେବା ପରେ କମ୍ପାନୀଗୁଡ଼ିକୁ ହଜାରେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଥିବା କୁହାଯାଉଛି।

 

Share