ଡାବୁଗାଁରେ ଉଡ଼ିଲା ତ୍ରିରଙ୍ଗା

ଡାବୁଗାଁ,୨୬ା୧: ନବରଙ୍ଗପୁର ଜିଲା ଡାବୁଗାଁରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଭିନ୍ନ ସ୍କୁଲ, ବ୍ଲକ୍‌ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ନିୟମ ଅନୁଯାୟୀ ପତାକା ଉତ୍ତୋଳନ କରାଯାଇଥିଲା। ବ୍ଲକ୍‌ କାର୍ଯ୍ୟାଳୟରେ ବ୍ଲକ୍‌ ଅଧ୍ୟକ୍ଷ ବଂଶୀଧର ମାଝି ପତାକା ଉତ୍ତୋଳନ କରିଥିଲେ। ବିଡିଓ ରଞ୍ଜିତାମେରୀ ନାୟକ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ତହସିଲ କାର୍ଯ୍ୟାଳୟରେ ତହସିଲଦାର ସା ସମରଥ ପତାକା ଉତ୍ତୋଳନ କରିଥିବା ବେଳେ ଅତିରିକ୍ତ ତହସିଲଦାର ଉମେଶ କୁମାର ପୂଜାରୀ ଉପସ୍ଥିତ ଥିଲେ। ବ୍ଲକ୍‌ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଖବରଦାତା ରବିନାରାୟଣ ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସଂଘର ସଭାପତି ପ୍ରଜ୍ଞାରଞ୍ଜନ ପରିଡ଼ାଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Share