ଦିଗପହଣ୍ଡି,୨୬।୧: ଦିଗପହଣ୍ଡି ଏନ୍ଏସି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ପତାକା ଉତ୍ତୋଳନ କରିଥିଲେ। ହେଲେ ପତାକା ଓଲଟା ଉଡିଥିଲା। ଏନେଇ ଉପସ୍ଥିତ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ର୍ନିବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କର୍ମଚାରୀମାନେ ପୁଣି ପତାକାକୁ ତଳକୁ ଓହ୍ଲାଇ ଠିକ୍ ଭାବେ ବାନ୍ଧି ଉତ୍ତୋଳନ କରିଥିଲେ। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଘଟଣାକୁ ସ୍ବୀକାର କରି ଭୁଲବଶତଃ ଏଭଳି ହୋଇଯାଇଥିବା କହିଥିଲେ।