କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୪ ଶୁଭାରମ୍ଭ ହୋଇଛି।

ଜିଲାପାଳ ଭି.କୀର୍ତ୍ତି ଭାସନ, କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ୍‌, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ଜିଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକାଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

ହଜାର ହଜାର ଆଦିବାସୀ ବାଜା ଓ ଢେମସା ନୃତ୍ୟର ତାଳେ ତାଳେ ମନ୍ଦିରରୁ ମଶାଲକୁ ବିଶାଳ ଶୋଭାଯାତ୍ରାରେ ଦୁଧାରୀ ଗ୍ରାମଠାରେ କରାଯାଇଥିବା ପରବ ମଣ୍ଡପ ଯାଏ ଯାଇଥିଲେ। ପରେ ୨୦୨୪ ପରବର ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା।

Share