ଏହି ରାଶିର ଯୁବତୀ ହୁକୁମ ଚଳାଇବାରେ ମାହିର; ନିଜ ହିସାବରେ ଜୀବନ ଜିଅଁନ୍ତି ଏମାନେ…

ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ନବଗ୍ରହମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସେ। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ରାଶିର ବ୍ୟକ୍ତିବିଶେଷ ରାଜାଙ୍କ ଭଳି ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ଯୁବତୀଙ୍କ ବିଷୟରେ କଥା ହେଲେ, ଏମାନଙ୍କ ସ୍ବଭାବ ବେଶ ରାଜକୀୟ ଏବଂ ହୁକୁମ ଚଳାଇବା ଭଳି ହୋଇଥାଏ। ଏମାନେ କାହା ଅଧୀନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ନିଜ ହିସାବରେ ଜୀବନ ଜିଇଁବା ଏମାନଙ୍କୁ ପସନ୍ଦ। କୁହାଯାଏ ଏମାନଙ୍କ ଆଗରେ ସ୍ବାମୀ ମଧ୍ୟ କିଛି କହିପାରନ୍ତି ନାହିଁ।

ସିଂହ ରାଶିର ଯୁବତୀମାନେ ନେତୃତ୍ୱ ନେବାରେ ମାହିର। ସବୁ କାମ ସୂଚାରୁରୂପେ କରିବାରେ ଏମାନେ ମାହିର। ଯେକୌଣସି କାମ କରନ୍ତୁ ନା କାହିଁକି ହୃଦୟରୁ ଏମାନେ କରିଥାନ୍ତି। ସେଥିରୁ ସଫଳତା ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ଯେଉଁଠିକୁ ବି ଏମାନେ ଯାଇଥାନ୍ତି, ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି। କ୍ୟାରିୟର ଦେଖିଲେ ଏମାନେ ବେଶ ନାମ କମାଇପାରନ୍ତି।

ଏହି ରାଶିର ଯୁବତୀଙ୍କ ପ୍ରେମଜୀବନ ବିଷୟରେ କଥା ହେଲେ, ତାହା ଭଲ ରହିଥାଏ। କାରଣ ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ସ୍ବାମୀଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି। ବିଚକ୍ଷଣ ବୁଦ୍ଧି ଯୋଗୁ ସେହିଭଳି ସ୍ବାମୀ ମିଳୁ ବୋଲି ସେମାନେ ଚାହିଁଥାନ୍ତି। ବିଶେଷକରି ପାର୍ଟନର ତାଙ୍କୁ ସବୁ ଜିନିଷରେ ସମର୍ଥନ କରନ୍ତୁ ବୋଲି ସେ ଚାହିଁଥାନ୍ତି।

ଉପରୁ କଠୋର ହୃଦୟ ବିଶିଷ୍ଟ ଦେଖାଯାଉଥିଲେ ହେଁ ଏମାନଙ୍କ ହୃଦୟ ନରମ। କର୍ମସ୍ଥଳରେ ମଧ୍ୟ ଏମାନଙ୍କ ପ୍ରଦର୍ଶନ ଭଲ ରହିଥାଏ। ବିନା ଦ୍ୱିଧାରେ ଏମାନେ ମୁହଁରେ କହିଦେଇଥାନ୍ତି। ଅସଫଳତା ମିଳିଲେ ଏମାନେ ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କରିଥାନ୍ତି।

ପ୍ରଶାସନିକ ପଦରେ ଏମାନଙ୍କ ପ୍ରଦର୍ଶନ ଭଲ ଥାଏ। ସିଂହ ରାଶିର ଯୁବତୀମାନେ ସବୁ ବ୍ୟବସାୟରେ ସଫଳ ହୋଇଥାନ୍ତି। ରାଜନୀତି କ୍ଷେତ୍ରରେ ବି ଏମାନଙ୍କୁ ସଫଳତା ମିଳିଥାଏ।