ମାଞ୍ଜା ସୂତାରେ ପୁଣି କଟିଲା ବେକ

କଟକ ୨୦।୧ : କଟକରେ ପୁଣି ମାଞ୍ଜା ସୂତାରେ ବେକ କଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ ଉପରେ ଏଭଳି ଘଟଣା ଘଟିଛି ।
ଖବର ଅନୁଯାୟୀ, ଅକ୍ଷୟ ତାଙ୍କର କଲ୍ୟାଣ ନଗର ଘରୁ ଭୁବନେଶ୍ୱର ଯାଉଥିଲେ । ଏହି ସମୟରେ ଗୁଡିର ସୂତା ତାଙ୍କର ବେକରେ ଲାଗିଯାଇଥିଲା । ଯାହାଫଳରେ ଅକ୍ଷୟ ଆହତ ହୋଇଥିଲେ । ତାଙ୍କର ବେକରେ ଗଭୀର ଆଘାତ ଲାଗିଛି। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।