Categories: ଜାତୀୟ

ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ନିଟ୍‌ -ୟୁଜି ଫଳାଫଳ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ନିଟ୍‌ -ୟୁଜି ରେଜଲ୍ଟ ପ୍ରକାଶ ହେବା ନେଇ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି। ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି।

ବମ୍ବେ ହାଇକୋର୍ଟ ଦୁଇ ଛାତ୍ରଙ୍କ ପାଇଁ ନିଟ୍‌ ଫଳାଫଳକୁ ସ୍ଥଗିତ ରଖିଥିଲେ। ଏହାର ଜାବବରେ କେବଳ ଦୁଇ ଜଣ ଛାତ୍ରଙ୍କ ପାଇଁ ରେଜଲ୍ଟକୁ ଅଟକାଇ ଦିଆ ଯାଇପାରିବ ନାହିଁ। ୧୬ ଲକ୍ଷ ଛାତ୍ରୀଛାତ୍ର ଉତ୍ସାହର ସହିତ ଫଳାଫଳକୁ ଅପେକ୍ଷା କରିଛନ୍ତି॥ ଆମେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ସନ୍ତୁଳିତ କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Share