କରୋନାଠୁ ବଳିଗଲା ବିଏମ୍‌ସିର ଅବହେଳା

ଭୁବନେଶ୍ୱର,୧୯। ୭: ରାଜଧାନୀରେ ବର୍ତ୍ତମାନ କରୋନା ହୁହୁ ହୋଇ ମାଡ଼ି ଚାଲିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମୋଟ ୬୭ ଓ୍ବାର୍ଡ ମଧ୍ୟରୁ ପାଖାପାଖି ୫୦ଟିରେ ଏହି ମହାମାରୀ ଠାବ ହୋଇସାରିଲାଣି। ବର୍ତ୍ତମାନ କରୋନାକୁ ନେଇ ଓ୍ବାର୍ଡବାସୀ ନାନା ଭୟ ଓ ଆଶଙ୍କା ଭିତରେ ରହୁଛନ୍ତି। ଏପରିସ୍ଥିତିରେ ବିଏମ୍‌ସି ମୁଖ୍ୟାଳୟ ସମେତ ବିଭିନ୍ନ ଓ୍ବାର୍ଡ ଅଫିସରଙ୍କ ବଦଳି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ନୂଆ ଅଫିସରଙ୍କ ଦେଖା ମିଳୁ ନ ଥିବାବେଳେ ଓ୍ବାର୍ଡବାସୀଙ୍କ ସମସ୍ୟା ବୁଝିବାକୁ କେହିନାହାନ୍ତି। ଫୋନ୍‌ କଲେ କିଏ ରିସିଭ୍‌ କରୁନାହାନ୍ତି ତ ଆଉକିଏ ଦାୟିତ୍ୱରେ ନ ଥିବା କହି କଲ୍‌ କାଟିଦେଉଛନ୍ତି। ଏପଟେ କରୋନା କଟକଣା ପାଇଁ ବିଏମ୍‌ସି ଅଫିସ୍‌କୁ ଯିବା ବି ସମ୍ଭବ ହେଉନି। ଫଳରେ ବିଏମ୍‌ସିର ଅଧିକାଂଶ ଓ୍ବାର୍ଡ ଏବେ ଏକପ୍ରକାର ମୁରବୀଶୂନ୍ୟ ହୋଇପଡିଛି। ନାନା ସମସ୍ୟାରେ ଓ୍ବାର୍ଡବାସୀ ଅଣନିଃଶ୍ୱାସୀ ହୋଇପଡିଥିବାବେଳେ ବିଏମ୍‌ସିର ଏଭଳି ଅବହେଳା କରୋନା କଷ୍ଟଠୁ ବଳିଯାଇଛି।

ପୌର ନିର୍ବାଚନ ହୋଇ ନ ଥିବାରୁ ଦେଢ଼ବର୍ଷ ତଳୁ କାଉନ୍‌ସିଲରଙ୍କ କ୍ଷମତା ଚାଲିଗଲାଣି। ଜନପ୍ରତିନଧି ନ ଥିବାରୁ ଲୋକଙ୍କ ଭଲମନ୍ଦି ବୁଝି ଆବଶ୍ୟକ ସେବା ଯୋଗାଇବା ପାଇଁ ବିଏମ୍‌ସି ପକ୍ଷରୁ ଓ୍ବାର୍ଡ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦିଆଯାଇଛି। ହେଲେ ଅଧିକାରୀଙ୍କ ଅବହେଳାକୁ ନେଇ ସବୁଠୁ ଅଭିଯୋଗ ହୋଇ ଆସୁଛି। ଏବେ କରୋନା ସମୟରେ ବି ଅଧିକାଂଶ ଓ୍ବାର୍ଡ ଅଫିସରଙ୍କର ଦେଖା ମିଳୁନି। ଲୋକେ ସମସ୍ୟା ଜଣାଇବାକୁ କାହାକୁ ପାଉନାହାନ୍ତି। ଅଭିଯୋଗ ବଢ଼ୁଥିବାବେଳେ କାର୍ଯ୍ୟାନୁଷ୍ଠାନ ବଦଳରେ ହଠାତ୍‌ କିଛିଦିନ ତଳେ ୩୩ଜଣ ଓ୍ବାର୍ଡ ଅଫିସରଙ୍କୁ ବଦଳି କରାଯାଇଛି। ହେଲେ ଅଧିକାଂଶ ଓ୍ବାର୍ଡରେ ନୂଆ ଅଫିସର କାର୍ଯ୍ୟରେ ଯୋଗଦେଇନାହାନ୍ତି। କରୋନା ମୁକାବିଲାରେ ଓ୍ବାର୍ଡ ଅଫିସରଙ୍କର ଗୁରୁଦାୟିତ୍ୱ ରହୁଛି। ନମୁନା ସଂଗ୍ରହ, ପରୀକ୍ଷା, ଆକ୍ରାନ୍ତଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବା ସହ ସେମାନଙ୍କୁ ହସ୍ପିଟାଲ ପହଞ୍ଚାଇବା ଏବଂ ବିଏମ୍‌ସି ଦ୍ୱାରା ଘୋଷିତ ଆବଦ୍ଧାଞ୍ଚଳବାସୀଙ୍କ ଭଲମନ୍ଦ ବୁଝିବା ଆଦି ବହୁ ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥିସହ ଓ୍ବାର୍ଡବାସୀଙ୍କ ଦୈନନ୍ଦିନ ସମସ୍ୟାର ସମାଧାନ ମଧ୍ୟ ଅଫିସରମାନେ କରିଥାନ୍ତି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଅଫିସରଙ୍କ କାର୍ଯ୍ୟକଳାପକୁ ନେଇ ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।

ବିଏମ୍‌ସିର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, କରୋନା ସମୟରେ ବଦଳି ନିର୍ଦ୍ଦେଶକୁ ଅନେକ ୱାର୍ଡ ଅଫିସର ଗ୍ରହଣ କରିପାରି ନାହାନ୍ତି। ହେଲେ ବିଏମ୍‌ସିର ନିର୍ଦ୍ଦେଶକୁ ଅବମାନନା କରିବାର କ୍ଷମତା ନ ଥିବାରୁ ସେମାନେ ନାନା ବାହାନା ଦେଖାଇ ନୂଆ ସ୍ଥାନରେ ଯୋଗଦେବାରେ ବିଳମ୍ବ କରୁଛନ୍ତି। ସେହିଭଳି ନୂଆ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାରେ ପଛଘୁଞ୍ଚା ଦେଉଛନ୍ତି। ଏନେଇ ମଧ୍ୟ ବିଏମ୍‌ସିରେ ବୈଠକ ବସି ଆଲୋଚନା ହୋଇ ନିର୍ଦ୍ଦେଶନାମାରେ କିଛିଟା ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି। ଅନ୍ୟଜଣେ ଅଧିକାରୀ କହିଛନ୍ତି, ଏଠାରେ ଏବେ ସଂକ୍ରମଣ ବ୍ୟାପୁଛି। ଏହି ସମୟରେ ଅନ୍ୟ ଓ୍ବାର୍ଡକୁ ବଦଳି ସମସ୍ୟା ସୃଷ୍ଟି କରିଛି। ଓ୍ବାର୍ଡବାସୀ ମଧ୍ୟ ନୂଆ ୱାର୍ଡ ଅଫିସରଙ୍କ ଯୋଗାଯୋଗ ନମ୍ବର ଜାଣି ନ ଥିବାରୁ ସମସ୍ୟା ଜଣାଇପାରୁ ନାହାନ୍ତି।

ତେବେ ଏନେଇ ବିଏମ୍‌ସି ଅତିରିକ୍ତ କମିଶନର ସୁରଥ ମଲ୍ଲିକ କହିଛନ୍ତି, କିଛି ୱାର୍ଡ ଅଫିସରଙ୍କ ଦେହ ଖରାପ ଥିବାରୁ ବଦଳି ସ୍ଥାନରେ ଯୋଗ ଦେଇପାରିନାହାନ୍ତି। ଅନ୍ୟ ସମସ୍ତେ ନିଜ କାମ ତୁଲାଉଛନ୍ତି। ବିଏମ୍‌ସି ଅଞ୍ଚଳରେ ସମସ୍ତେ କାମ କରୁଥିବାରୁ କୌଣସି ୱାର୍ଡ କୌଣସି ଅଧିକାରୀଙ୍କୁ ଅଚିହ୍ନା ନୁହେଁ। ତେଣୁ ଓ୍ବାର୍ଡ ଅଫିସରମାନେ ଆଉ ବିଳମ୍ବ ନ କରି କାର୍ଯ୍ୟରେ ଯୋଗଦେବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri