ରେଲୱେର ଅବହେଳା ଦାୟୀ

ଛେଣ୍ଡିପଦା,୮।୪(ସ୍ବ.ପ୍ର.): ଅନୁଗୋଳ-ସମ୍ବଲପୁର ରେଳ ଲାଇନର ଜରପଡ଼ା ଗ୍ରାମ ନିକଟରେ ଗୁରୁବାର ରାତି ସାଢ଼େ ୯ଟାରେ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ପାଇଁ ରେଲଓ୍ବେର ଅବହେଳା ଦାୟୀ। ଶୁକ୍ରବାର ଘଟଣାର ତଦନ୍ତ ପରେ ଏହା ସ୍ପଷ୍ଟ କରିଛି ବନ ବିଭାଗ। ହାତୀ ଘଉଡ଼ାଯାଉଥିବାରୁ ରେଳ ଲାଇନରେ ଟ୍ରେନ୍‌ର ଗତି କମ୍‌ କରିବାକୁ ବନ ବିଭାଗ ପକ୍ଷରୁ ରେଲଓ୍ବେକୁ ଚିଠି କରାଯାଇଥିଲେ ମଧ୍ୟ ଦ୍ରୁତଗତିରେ ଟ୍ରେନ୍‌ ଆସିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ ବିବେକ କୁମାର ପ୍ରକାଶ କରିଛନ୍ତି।
ବନଖଣ୍ଡ ଅଧିକାରୀ କହିଛନ୍ତି, ଜରପଡ଼ା ବନାଞ୍ଚଳ ଜେରେଙ୍ଗ ବୁଢ଼ାବୁଢ଼ୀ ଠାକୁରାଣୀ ପାହାଡ଼ରେ କିଛି ଦିନ ହେଲା ଉକ୍ତ ଦନ୍ତା ହାତୀ ଚଳପ୍ରଚଳ କରିବା ସହ ଆଖପାଖ ଅଞ୍ଚଳରେ କ୍ଷୟକ୍ଷତି ଘଟାଉଥିଲା। ଖବରପାଇ ବନ ବିଭାଗର କର୍ମଚାରୀମାନେ ଗୁରୁବାର ଉକ୍ତ ହାତୀକୁ ଆଡିଶୀଳା ପାହାଡ଼ ପଟକୁ ଘଉଡ଼ାଉଥିଲେ। ମଝିରେ ଥିବା ରେଳ ଧାରଣା ଅତିକ୍ରମ କରି ହାତୀ ଉକ୍ତ ପାହାଡ଼ ପଟକୁ ଯିବାକୁ ଥିବାରୁ ସନ୍ଧ୍ୟା ୬ଟା ୩୦ରୁ ସକାଳ ୬ଟା ଯାଏ ବଇଣ୍ଡାରୁ ଜରପଡା ଷ୍ଟେଶନ ମଧ୍ୟରେ ଘଣ୍ଟା ପ୍ରତି ୫୦ କିଲୋମିଟରରୁ କମ୍‌ ବେଗରେ ଟ୍ରେନ୍‌ ଚଳାଚଳ କରିବା ପାଇଁ ବନ ବିଭାଗ ପକ୍ଷରୁ ରେଲ୍‌େଓ ଡେପୁଟି କଣ୍ଟ୍ରୋଲରଙ୍କୁ ଚିଠି (ନଂ. ୯୩୦୨) କରାଯାଇଥିଲା। ହେଲେ ରେଲଓ୍ବେର ଅବହେଳା ଯୋଗୁ ଦ୍ରୁତଗତିରେ ଆସୁଥିବା ସମ୍ବଲପୁର-ହାଓଡା ସାଲିମାର ଏକ୍ସପ୍ରେସ୍‌ ରାତି ସାଢ଼େ ୯ଟା ବେଳେ ଜରପଡ଼ାଠାରେ ରେଳ ଧାରଣା ପାସ୍‌ କରୁଥିବା ହାତୀକୁ ଧକ୍କା ଦେଇଥିଲା। ଶୁକ୍ରବାର ସକାଳେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏମ. ଯୋଗଜୟାନନ୍ଦ, ବନ୍ୟପ୍ରାଣୀ ସଂରକ୍ଷକ ରଞ୍ଜନ କୁମାର ବେହେରା, ବନଖଣ୍ଡ ଅଧିକାରୀ, ଜରପଡା ବନାଞ୍ଚଳ ଅଧିକାରୀ ମାଧବ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରେଲଓ୍ବେ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ। ଦୁର୍ଘଟଣା ସମ୍ପର୍କରେ ରେଲେୱ ସହିତ ଆଲୋଚନା ଜାରି ରହିଛି। ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ସାହୁ ଓ ଛେଣ୍ଡିପଦା ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଡାକ୍ତର କମଳ ଲୋଚନ ଦାସଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରାଯାଇଥିଲା। ପରେ ରେଳ ଧାରଣା ପାର୍ଶ୍ୱରେ ମୃତ ହାତୀକୁ ପୋତି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ଏ ନେଇ ରେଲଓ୍ବେ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲେ ହେଁ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

ଅଧା ରହିଗଲା ପ୍ରେମ କାହାଣୀ: ପ୍ରେମିକା ପିଇଲେ କୀଟନାଶକ, ପରେ ପ୍ରେମିକ ନେଲେ…

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁକ୍ତ ୨ ନାବାଳିକା...

ଗାଁରେ ପଶିଲେ ୨୮ ଟିକିଆ ହାତୀପଲ, ବାସହରା ହେଲେ ପରିବାର

ଜି.ଉଦୟଗିରି,୫ା୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁର୍ମିଙ୍ଗିଆ କାଟାଗୁଡ଼ା ଗ୍ରାମରେ ୨୮ ଟିକିଆ ଜଙ୍ଗଲୀ ହାତୀ ପଲ ପଶି ଆସି ଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image