Categories: ଖେଳ

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ନେଦରଲାଣ୍ଡ୍ସ

ହରାରେ, ୨୭ା୬: ସ୍ଥାନୀୟ ଟାକାସିଙ୍ଗା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ କ୍ୱାଲିଫାୟରର ଏକ ମ୍ୟାଚରେ ନେଦରଲାଣ୍ଡ୍ସ ସୁପର ଓଭରରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଟସ୍‌ ହାରି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ନିକୋଲାସ ପୁରନଙ୍କ ଅପରାଜିତ ଶତକ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୩୭୪ ରନ କରିଥିଲା। ପୁରନ ୧୦୪ (୫୬ବଲ୍‌) ରନ କରିଥିବା ବେଳେ ବ୍ରାଣ୍ଡନ କିଙ୍ଗ୍‌ ୭୬ ଓ ଜନସନ ଚାଲର୍‌ସ ୫୪ ରନ କରିଥିଲେ। ଜବାବରେ ନେଦରଲାଣ୍ଡ୍ସ ଟେଜା ନିଡାମାନୁରୁ (୧୧୧)ଙ୍କ ଶତକ ସହାୟତାରେ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ସମାନ ୩୭୪ ରନ କରିଥିଲା। ମ୍ୟାଚ ଟାଇ ରହିବାରୁ ସୁପର ଓଭରର ସହାୟତା ନିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡ୍ସ ଅଲରାଉଣ୍ଡର ଲୋଗାନ ଭାନ୍‌ ବିକ୍‌ଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବିନା କୌଣସି ଉଇକେଟ ହରାଇ ୩୦ରନ କରିଥିଲା। ଏହି ସମସ୍ତ ରନ ଭାନ୍‌ ବିକ୍‌ ସ୍କୋର କରିଥିଲେ। ଜବାବରେ ଓ୍ବେଷ୍ଟଇଣ୍ଡିଜ ୨ ଉଇକେଟ ହରାଇ ୮ ରନ କରିପାରିଥିଲା।

Share